ଭୁବନେଶ୍ୱରରରେ ପହଂଚିଲା କୋଭିଡ-୧୯ ଟେଷ୍ଟିଂ କିଟ୍

ଭୁବନେଶ୍ୱର: ଭୁବନେଶ୍ୱରରେ ପହଂଚିଲା କୋଭିଡ୍ -୧୯ ଟେଷ୍ଟ କିଟ୍। ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଂଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ।

କୋଭିଡ୍-୧୯ ଟେଷ୍ଟିଂ କିଟ୍ ସହ ଆରଏନଏ ଏକ୍ସଟ୍ରାକ୍ସନ କିଟ୍, ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଂଟସ୍ ପିପିଇ ଓ ଭିଟିଏମ୍ ଭଳି ଅନେକ ସାମଗ୍ରୀ  ଆସି ପହଂଚିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଉଦ୍ୟମରୁ ଏହି ସମସ୍ତ କିଟ୍ ଆସି ଠିକ୍ ସମୟରେ ଭୁବନେଶ୍ୱରରେ ପହଂଚିପାରିଛି।

ସୂଚନାଯୋଗ୍ୟ, ରାଜ୍ୟରେ  ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।