୪ ଯୁବ ବିଧାୟକଙ୍କୁ ମିଳିଲା ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ବ

ବାରିପଦା: ମୟୂରଭଞ୍ଜରେ ସଂଗଠନ ସଜାଡ଼ିବା ପାଇଁ ଅଂଟା ଭିଡ଼ିଲା ବିଜେଡି । ଏହି କ୍ରମରେ ଆଜି ଦଳ ୪ ଯୁବ ବିଧାୟକଙ୍କୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାନସଭା ଦାୟିତ୍ୱ ବାଂଟିଛି ।

କରଞ୍ଜିଆ, ଯଶିପୁର ପାଇଁ ପର୍ଯ୍ୟବେକ୍ଷକ ରହିବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ସେହିପରି ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର, ସାରସକଣା ବିଧାନସଭାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିବା ବେଳେ ଉଦଳା ଓ ବଡ଼ସାହି ପର୍ଯ୍ୟବେକ୍ଷକ ରହିବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତଙ୍କୁ ବାରିପଦା ଓ ମୋରଡ଼ା ବିଧାନସଭା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ବିଜେଡି ।