୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଂଟରରେ ବୁଧବାର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ସହିତ ମେଲହୁରା, ଶୋପିଆନରେ ଗୁଳି ବିନିମୟ ହୋଇଥିଲା ବୋଲି ଜମ୍ମୁ କଶ୍ମୀର ପୋଲିସ ସୂଚନା ଦେଇଛି। ଆତଙ୍କବାଦୀଙ୍କ ପରିଚୟ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ସୂଚନା ରହିଛି।

ମଙ୍ଗଳବାର ରାତିରେ ଶୋପିଆନରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଅଭିଯାନରେ କୋର୍ଡନ ଆଣ୍ଡ ସର୍ଚ୍ଚ ଅପରେସନ (ସିଏଏସଓ) ହୋଇଥିଲା। ଏହାପରେ ଶୋପିଆନର ମେଲହୁରାରେ ଲୁଚି ହୋଇ ରହିଥିବା ଆତଙ୍କବାଦୀ ସିଏଏସଓ ଉପରକୁ ଗୁଳି ଚଳାଇଥିଲେ। ବୁଧବାର ସକାଳେ କିନ୍ତୁ ପ୍ରଥମେ ଦୁଇ ଆତଙ୍କବାଦୀ ପରେ ଆଉ ଦୁଇ ଆତଙ୍କବାଦୀ ଏନକାଉଂଟରରେ ନିପାତ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ସିଏଏସଓ ଦ୍ୱାରା ସଂପୃକ୍ତ ଅଂଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।