୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଗତକାଲି ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଅଞ୍ଚଳରେ ନିରାପତା ବଳଙ୍କ ସହ ଗୁଳିବିନିମୟ କରି ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କ ପରିଚୟ ପାଇବାକୁ ଉଦ୍ୟମ କରାଯାଉଛି। ଏହି ଏନକାଉଂଟରରେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି ଓ ସେ ଚିକିତ୍ସାଧୀନ ଅଛନ୍ତି।

ଦେବସାର ଅନ୍ତର୍ଗତ ଗୁଦ୍ଦାର ଗାଁରେ ପାଟ୍ରୋଲିଙ୍ଗ୍ କରୁଥିବା ଭାରତୀୟ ସେନାବାହିନୀ, ସେଂଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ଏବଂ କୁଲ୍‌ଗାମ୍‌ ପୁଲିସ ଉପରକୁ ଆକ୍ରମଣ ହେବା ପରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା। ରାତିରେ ମଧ୍ୟ ଏନ୍‌କାଉଣ୍ଟର୍ ଚାଲିଥିବା କଥା କୁଲ୍‌ଗାମ୍‌ର ପୁଲିସ ସୁପରିଂଟେଣ୍ଡେଂଟ କହିଛନ୍ତି।