ସମୁଦ୍ରରେ ଗାଧୋଉଥିବାବେଳେ ଭାସିଯାଉଥିଲେ ୪ଜଣ, ବଂଚାଇଲେ ଲାଇଫଗାର୍ଡ

ପୁରୀ: ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍ ଲହଡି ଆସିବାକୁ ୪ ଜଣ ଲୋକ ଭାସିଯାଉଥିଲେ । ଠିକ୍ ସେହି ସମୟରେ ଲାଇଫ୍ ଗାର୍ଡ ଆସି ୪ଜଣଙ୍କ ଜୀବନ ବଂଚାଇଥିଲେ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ।

ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ୨ ଦମ୍ପତି ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ଏହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡି ଆସିବାରୁ ଭାସି ଯାଇଥିଲେ ୪ ଜଣ। ସମୁଦ୍ର ବେଳାଭୂମିରେ କର୍ତବ୍ୟ ରତ ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ମଧ୍ୟକୁ ଲମ୍ଫ ମାରି ୪ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।

ଟ୍ୟୁବ୍‌ ସାହାଯ୍ୟରେ ଲାଇଫ ଗାର୍ଡ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଦମ୍ପତି ହେଲେ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ। ସେହିପରି ଆଉ ଜଣେ ଦମ୍ପତି ହେଲେ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା। ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।