ଡାହାଣୀ ସନ୍ଦେହରେ ୪ଜଣଙ୍କୁ ଗଳା କାଟି ହତ୍ୟା

ନୂଆଦିଲ୍ଲୀ : ଆଜି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମି ରହିଛି । ସାରା ଦେଶରେ କେଉଁଠି ନା କେଉଁଠି ଭିଡ଼ହିଂସା ଲାଗିରହିଛି । ଆଜି ପୁଣି ଝାଡ଼ଖଣ୍ଡରେ ଭିଡ଼ହିଂସା କାରଣର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଡାହାଣୀ...

ନୂଆଦିଲ୍ଲୀ : ଆଜି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମି ରହିଛି । ସାରା ଦେଶରେ କେଉଁଠି ନା କେଉଁଠି ଭିଡ଼ହିଂସା ଲାଗିରହିଛି । ଆଜି ପୁଣି ଝାଡ଼ଖଣ୍ଡରେ ଭିଡ଼ହିଂସା କାରଣର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଡାହାଣୀ ସନ୍ଦେହରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । 

 ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ସିସଇ ମୁଖ୍ୟଳୟ ଠାରୁ ୨୫ କିମି ଦୂରରେ ଥିବା ସିସକାରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ଭୋର ୩ଟା ସମୟରେ ୧୦ରୁ ୧୨ଜଣ ଆକ୍ରମଣକାରୀ ପ୍ରଥମେ ଡାହାଣୀ ସନ୍ଦେହରେ ୪ଜଣଙ୍କୁ ଘରୁ ଟାଣି ଆଣି ଗାଁ ଠାରୁ ଦୂରକୁ ନେଇ ମାଡ଼ ମାରିଥିଲେ  ଓ ପରେ ସେମାନଙ୍କ ଗଳା କାଟି ହତ୍ୟା କରିଥିଲେ ।  ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବୃଦ୍ଧା ଦମ୍ପତି ଓ ଅନ୍ୟ ଘରର ୨ବ୍ୟକ୍ତି ଅଛନ୍ତି । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Spread the love
Categories
କ୍ରାଇମ

RELATED BY