କୋରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତ ହେଲେ ୪ ଅଫିସର

ଭୁବନେଶ୍ୱର: ଦେଶରେ କାୟା ମେଲୁଛି କୋରୋନା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍ କରିଥିବା ବେଳେ ଏହାକୁ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗରେ ୪ଜଣ ସ୍ୱତନ୍ତ୍ର ଅଫିସରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଏମାନେ କୋରୋନା ସମ୍ପର୍କୀୟ ଆଇନ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ନେବେ ।

ନବନିଯୁକ୍ତ ଅଫିସର ମାନେ ହେଲେ, ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟ, ଓଏମସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.ଏ ରେଡ୍ଡୀ, ଗ୍ରୀଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାଟିଲ ଆଶିଷ ଈଶ୍ୱର ଓ ଓକାକ ଓଏସଡ଼ି ଦିବାକର ଟି.ଏସ ।