ହିତାଧିକାରୀ ପାଇବେ ୪ ମାସର ଅଗ୍ରୀମ ମଧୁବାବୁ ପେନସନ୍ ଟଙ୍କା

ଭୁବନେଶ୍ୱର: ହିତାଧିକାରୀ ପାଇବେ ୪ ମାସର ଅଗ୍ରୀମ ମଧୁବାବୁ ପେନସନ୍ ଟଙ୍କା। ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଟଙ୍କା ଏକାଥରକେ ଦିଆଯିବ। ସେପ୍ଟେମ୍ବର ମାସରେ ହିଁ ହିତାଧିକାରୀଙ୍କୁ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।