ଗଞ୍ଜାମରେ କରେଂଟ ଲାଗି ବସ୍ ଦୁର୍ଘଟଣା ଘଟଣା; ୪ ଯନ୍ତ୍ରୀ ନିଲମ୍ବିତ

ବ୍ରହ୍ମପୁର: ଗଞ୍ଜାମରେ କରେଂଟ ଲାଗି ହୋଇଥିବା ବସ୍ ଦୁର୍ଘଟଣା ଘଟଣାରେ ୪ ଯନ୍ତ୍ରୀକୁ ନିଲମ୍ବିତ କରାଯାଇଛି । ଏ ନେଇ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଶକ୍ତି ବିଭାଗର ସାଉଥକୋ ର ଜେଇ ଦେବାଶିଷ ନାୟକ ଓ ଏସଡିଓ ବିଶ୍ଵରଞ୍ଜନ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଏମାନେ ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ-୩ ରେ କାର୍ଯ୍ୟରତ ଥିଲେ । ଏମାନଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବାରୁ ଏମାନଙ୍କୁ ନିଲମ୍ବନ କରାଯାଇଛି । ଏହା ଆରଡି ବିଭାଗ ଜେଇ ଓ ଏସଡିଓ ବ୍ରହ୍ମପୁର ମଧ୍ୟ ନିଲମ୍ବିତ କରାଯାଇଛି । ଆଜି ସଂଧ୍ୟା‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମନ୍ତୁଦ ଦୁର୍ଘଟଣା ନେଇ ସମୀକ୍ଷା‌ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମରେ ଏକ ବସ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ସେଥିରେ ବସିଥିବା ୪୩ ଜଣଙ୍କ ଭିତରୁ ୯ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୧୮ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ସେମାନଙ୍କ ମଧ୍ୟରୁ ଜ‌ଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମରେ ଘଟିଛି ଏମିତି ଏକ ଛ‌ାତିଥରା ଅଘଟଣ। ବରପକ୍ଷର ଲୋକେ ନିର୍ବନ୍ଧ ଲାଗି କନ୍ୟା ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।