ପୁଣି କଟକରୁ ୪ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳର ୪ ଜଣ ଅଛନ୍ତି। ସିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦିଆଯାଇଛି।

ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ ଓ ଜଣେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ଗୋଟିଏ ଲୋକାଲ୍ କଣ୍ଟାକ୍ଟ କେସ୍‌। ଏହି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି।

ଯେଉଁ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ ସେମାନେ ଯଥାକ୍ରମେ ୭୨ ବର୍ଷର ବୃଦ୍ଧ ଓ ୩୨ ବର୍ଷ ଯୁବକ। ସେମାନେ ଏସ୍‌ସିବିର ଆଇସୋଲେସନ୍ ୱାର୍ଡରେ ଥିଲେ। ସେହିପରି ଯିଏ ହୋମ୍‌ କ୍ୱାରେଣ୍ଟାଇନ୍ ଥିଲେ ସେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଲୋକାଲ୍ କେସ୍‌ଟି ମଙ୍ଗଳାବାଗ୍ ବାସୁଳି ସାହିର।