୨୦୦୮ ଜୟପୁର ସିରିଏଲ ବିସ୍ଫୋରଣ ମାମଲା: ଦୋଷୀ ସାବ୍ୟସ୍ତ ହେଲେ ୪ଜଣ

ଜୟପୁର: ୨୦୦୮ ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ଆଜି ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେମାନେ ହେଲେ ମହମ୍ମଦ ଶାହବାଜ୍‌ ହୁସେନ୍‌, ମହମ୍ମଦ ସୈଫ୍‌ ଓରଫ୍‌ କ୍ୟାରେଓନ୍‌, ମହମ୍ମଦ ସରଓ୍ଵାର୍‌ ଆଜ୍‌ମି, ମହମ୍ମଦ ସୈଫ୍‌ ଓରଫ ସୈଫୁର୍‌ରହମନ ଅନ୍‌ସାରି ଏବଂ ମହମ୍ମଦ ସଲମନ। ଏହି ମାମଲାରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି।

ମନକ ଚୌକ ଏବଂ କୋତଓ୍ଵାଲି ଥାନାରେ ଏହି ବିସ୍ଫୋରଣ ସଂକ୍ରାନ୍ତରେ ସମୁଦାୟ ଆଠଟି ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ତଦନ୍ତ କରୁଥିବା ରାଜସ୍ଥାନ ଏଟିଏସ୍‌ ୫ଜଣ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜ ସିଟ୍‌ ଫାଇଲ୍‌ କରିଥିଲା।

୨୦୦୮ ମେ ମାସରେ ଜୟପୁରର ଜନବହୁଳ ବଜାର ଅଂଚଳ ଓ ଗୋଟାଏ ହନୁମାନ ମନ୍ଦିର ନିକଟରେ ୧୫ ମିନିଟ୍‌ରେ ଆତଙ୍କବାଦୀମାନେ ୯ଟି ବିସ୍ଫୋରଣ ଘଟାଇଥିଲେ। ଏଥିରେ ୭୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ବାଂଲାଦେଶର ଆତଙ୍କବାଦୀ ସଙ୍ଗଠନ ହରକୁତ୍‌-ଉଲ୍‌-ଜେହାଦୀ ଇସ୍‌ଲାମି ଏହି ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଥିଲା।