ସ୍କୁଲ ବସରେ ଅଗ୍ନିକାଣ୍ଡ: ୪ ଛାତ୍ର ମୃତ

ଚଣ୍ଡିଗଡ: ପଞ୍ଜାବ ସଙ୍ଗରୁର ଜିଲ୍ଲାରେ ବଡ ଧରଣର ଦୁର୍ଘଟଣା । ସଙ୍ଗରୁର ଜିଲ୍ଲାର ଲୋଙ୍ଗୋୱାଲ ସହରର ଏକ ସ୍କୁଲ ବସରେ ଅଗ୍ନିକାଣ୍ଡ ଘଟିଛି । ବସରେ ନିଆଁ ଲାଗିବା ଫଳରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଏହି ଘଟଣାରେ ୬ ଜଣ ଛାତ୍ର ଆହତ ହୋଇଛନ୍ତି ।

ଅଗ୍ନିକାଣ୍ଡ ଘଟିଥିବା ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଲୋଙ୍ଗୋୱାଲର ସିମରନ ପବ୍ଲିକ ସ୍କୁଲକୁ ଯାଉଥିଲା । ତେବେ କେଉଁ କାରଣରୁ ବସରେ ଅଗ୍ନିକାଣ୍ଡ ଘଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବସରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ।