କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା: ୪ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର: କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ଆଜି ୪ଜଣଙ୍କୁ ଗିରଫ କରିଛି ପୁଲିସ । ଟିକେଟ ବଂଟନକୁ ନେଇ କଂଗ୍ରେସ ଭବନ ଭଙ୍ଗାରୁଜା ଅଭିଯୋଗରେ ଏହି ୪ ଜଣଙ୍କୁ ପୁଲିସ ଗିରଫ କରିଛି ।ଗତ ୨୩ ତାରିଖ ରାତିରେ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥିଲା । ଭୁବନେଶ୍ୱର ଏକ୍ରାମ୍ରରେ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶାୟୀ ଶେଖ୍ ଅମୀର ମହମ୍ମଦ ଏବଂ ତାଙ୍କ ସମର୍ଥକମାନେ କଂଗ୍ରେସ ଭବନ ଗେଟରେ ତାଲା ପକାଇବା ସହ କାର୍ଯ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏହି ଘଟଣାରେ ପୁଲିସ୍ ଆଜି ୪ଜଣଙ୍କୁ ଗିରଫ କରିଛି ।