ରାଜ୍ୟ ସରକାରଙ୍କ ପୋର୍ଟାଲରେ ୨ଦିନରେ ୪.୮୬ ଲକ୍ଷ ପ୍ରବାସୀ କଲେ ପଞ୍ଜିକରଣ

ଭୁବନେଶ୍ୱର: ନିଜ ରାଜ୍ୟକୁ ଫେରିବା ପାଇଁ ହେଲେ ପ୍ରଥମେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ କରିବା ବାଧ୍ୟତାମୂଳକ । ଲକ୍‌ଡାଉନ ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ରାଜ୍ୟ ସରକାର ପଞ୍ଜିକରଣକୁ ବାଧ୍ୟତାମୂଳକ କରିଦେବା ସହ ଗତ ୨୬ ତାରିଖ ଠାରୁ ପଞ୍ଜିକରଣ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିଛନ୍ତି। ତେବେ, ଏହି ପୋର୍ଟାଲ ଖେଲା ଯିବାର ମାତ୍ର ୪୮ ଘଂଟା ଅର୍ଥାତ୍  ୨ଦିନରେ ମଧ୍ୟରେ ୪.୮୬ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରେ ପଞ୍ଜିକରଣ କରି ସାରିଥିବା ଆଜି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।