‘ମନ୍ କି ବାତ୍’: ଶ୍ରୀକୃଷ୍ଣ-ସୁଦାମାଙ୍କ ମିତ୍ରତା ସମ୍ପର୍କରେ ଗାଥା ବଖାଣିଲେ ମୋଦି

ନୂଆଦିଲ୍ଲୀ: ଆଜି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ୟ ‘ମନ କି ବାତ’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତି ମାସର ଶେଷ ରବିବାର ଦିନ ‘ମନ କି ବାତ’ ଦ୍ବାରା ଦେଶର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରଥାନ୍ତି ମୋଦି । ଆଜି ମଧ୍ୟ ଦେଶର ବିଭିନ୍ନ ସମସ୍ୟା ଆଲୋଚନା କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ କିଛି ଶିକ୍ଷା ଲାଭ କରିବାକୁ କହିଛନ୍ତି ମୋଦି । ଏଥିସହ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଦିବସ, ପୋଷଣ ଅଭିଯାନ, ସ୍ବଚ୍ଛ ଭାରତ, ଫିଟ ଇଣ୍ଡିଆ, ଭଳି ବିଷୟରେ ଆଲୋଚନା କରିଛନ୍ତି ।

ଗତ ଶନିବାର ଦେଶବାସୀ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମନାଇଛନ୍ତି । ସୁଦାମାଙ୍କ ସହ ବନ୍ଧୁତ୍ବ ହେଉ ଅବା ଯୁଦ୍ଧ ଭୂମିରେ ଶ୍ରୀକୃଷ୍ଣ ସାରଥୀ ସାଜିବା । ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଆମକୁ ଶିକ୍ଷା ମିଳିଛି । ତେଣୁ ନିଜ ସମସ୍ୟାକୁ କିଭଳି ନିଜେ ସମାଧାନ କରିବାକୁ ସହ ଭଗବାନଙ୍କ ଠାରୁ ଜ୍ଞାନ ଲାଭ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅକ୍ଟୋବର ୨ ରେ ଦେଶବାସୀ ରାଷ୍ଟ୍ରୀୟ ଜନକଙ୍କ ୧୫୦ ତମ ଜନ୍ମ ଦିବସ ପାଳନ କରିବାକୁ ଯାଉଛି । ଗାନ୍ଧୀ ଗରିବ, ବେସାହାରା ଓ ଅସହାୟ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଗାନ୍ଧୀ କୌଣସି ଶବ୍ଦରେ ନୁହେଁ, ବରଂ କାର୍ଯ୍ୟ କରି ସେବାର ଅର୍ଥ ବୁଝାଇଥିଲେ । ସତ୍ୟ ସହିତ ଗାନ୍ଧୀଙ୍କ ଯେପରି ଅତୁଟ ବିଶ୍ବାସ ରହିଥିଲା ଠିକ ସେହି ପରି ସେବା ସହିତ ମଧ୍ୟ ତାଙ୍କର ସେହି ସମ୍ପର୍କ ରହିଥିଲା ବୋଲି ପିଏମ କହିଛନ୍ତି । ପୂର୍ବରୁ ୨ ଅକ୍ଟୋବରର ୨ ସପ୍ତାହ ପୂର୍ବରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ୧୧ସେପ୍ଟେମ୍ବର ଆରମ୍ଭ ହେବ ଏହି ଅଭିଯାନ ।

ଚଳିତ ବର୍ଷ ମହତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ‘ପ୍ଲାଷ୍ଟିକ ଫ୍ରି’ ନେଇ ଜନ ଆନ୍ଦୋଳନ କରିବାକୁ ଆହ୍ବାନ କରିଛନ୍ତି ମୋଦି । ଏଥିସହ କୁପୋଷଣ ସହ ଲଢିବା ପାଇଁ ପୋଷଣ ଉପରେ ଲୋକଙ୍କୁ ଅବଗତ କରିଛନ୍ତି । ସଚେତନତା ଅଭାବରୁ କୁପୋଷଣରେ ଗରିବ ଶ୍ରେଣୀର ଲୋକେ ବେଶ ପ୍ରଭାବିତ ହେଉଛନ୍ତି । ତେଣୁ ଲୋକଙ୍କୁ ଜାଗୃତ କରିବା ନେଇ ସେପ୍ଟେମ୍ବରେ ଆରମ୍ଭ ହେବ ‘ପୋଷଣ ଅଭିଯାନ’ ।

ନ୍ୟୁ ଇଣ୍ଡିଆରେ ଭାରତରେ ବ୍ୟାଘ୍ର ସଂଖ୍ୟା ୨ ଦ୍ବିଗୁଣା ହୋଇଛି । ଭାରତରେ ବ୍ୟାଘ୍ର ସଂଖ୍ୟା ସହ ସଂରକ୍ଷିତ ଅଞ୍ଚଳ ଓ କମ୍ୟୁନିଟ ରିଜର୍ଭ ସଂଖ୍ୟା ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ବ୍ୟାଘ୍ର ସଂଖ୍ୟା ୨୯୬୭ ରହିଥିବାର କହିଛନ୍ତି କହିଛନ୍ତି ମୋଦି ।

୨୯ ଅଗଷ୍ଟରେ ‘ରାଷ୍ଟ୍ରୀୟ ଖେଳ ଦିବସ’ ଉପଲକ୍ଷେ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ କରାଯିବ । ଏଥିସହ ପୂର୍ବ ଥର ଭଳି ଏଥର ମଧ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ କୋଣ ଅନୁକୋଣ ପ୍ରଦର୍ଶନ କରିବାକୁ ମୋଦି କହିବା ସହ ଉତ୍ତର-ପଶ୍ଚିମ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିସହ ସେ ମେନ ଭର୍ସସେ ୱାଇଲ୍ଡ ବିଷୟରେ ନିଜ ଅନୁଭୂତି ବଖାଣିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ସନ୍ଦେଶ, ପରମ୍ପରା, ସଂସ୍କାର ଓ ଯାତ୍ରା ପ୍ରଭୃତି ବିଷୟରେ ବିଶ୍ବ ଦରବାରରେ ପରିପ୍ରକାଶ କରିବାକୁ ଏହି ଏପିସୋଡ ସାହାଯ୍ୟ କରିବ ବୋଲି ତାଙ୍କର ଦୃଢ ବିଶ୍ବାସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।