ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ଯାଉଛନ୍ତି । ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ଋଷିଆ ଗସ୍ତରେ ଯାଉଛନ୍ତି । ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସେ ଯୋଗ ଦେବେ । ୨ୟ ବିଶ୍ୱଯୁଦ୍ଧ ରେ ଜର୍ମାନୀ ଉପରେ ସୋଭିଏତର ବିଜୟର ୭୫ତମ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ ସିଂହ । ଏହି ସମୟରେ ବହୁ ଦେଶର ପ୍ରତିନିଧି ଏଥିରେ ସାମିଲ ହେବେ । ସମସ୍ତ ପ୍ରତିନିଧିମାନଙ୍କର ସ୍ୱାଗତ କରିବେ ରୁଷ ବିଦେଶ ମନ୍ତ୍ରୀ । ଖବର ମୁତାବକ ଚୀନ୍‌ର ମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । କିନ୍ତୁ ସୀମା ବିବାଦ କାରଣରୁ ରାଜନାଥ ସେମାନଙ୍କ ସହ ସାକ୍ଷାତ କରିବେ ନାହିଁ । ଏହାପୂର୍ବରୁ ଟୁଇଟ  କରି ରାଜନାଥ ଲେଖିଛନ୍ତି, ଏହି ଗସ୍ତ ଭାରତ-ଋଷିଆ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ।


ସେପଟେ ଆସନ୍ତାକାଲି ଋଷିଆ ବୈଦେଶିକ ମନ୍ତ୍ରୀ ଭାରତ-ଚୀନ ମଧ୍ୟରେ ତ୍ରିପାକ୍ଷିକ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ଆୟୋଜନ କରିଛନ୍ତି । କୁହାଯାଉଛି ମସ୍କୋ ଭାରତ ଓ ଚୀନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଉଦ୍ୟମ କରୁଛି ।