୩ ଦିନ ପାଇଁ ଶଟଡାଉନ ହେବ ବୀରମିତ୍ରପୁର

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରକୁ ୩ ଦିନ ପାଇଁ ଶଟଡାଉନ ଘୋଷଣା କରାଯାଇଛି। ଏହି ଶଟଡାଉନ୍ ‌୧୭ ତାରିଖ ସକାଳ ୬ଟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି। କୋଭିଡ ୧୯ ର ସଂକ୍ରମଣ ବୀରମିତ୍ରପୁରରେ ଥମି ନଥିବାରୁ ପୌରାଞ୍ଚଳରେ ଶଟଡାଉନ୍‌ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ବୁଧବାର ସକାଳେ ବୀରମିତ୍ରପୁରର ଜଣେ ୪୦ ବର୍ଷୀୟ ମହିଳା ରାଉରକେଲା କୋଭିଡ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏବେ ତାଙ୍କର ଦାହ ସଂସ୍କାର କୋଭିଡ ଗାଇଡ଼ ଲାଇନ ଅନୁସାରେ ହେଉଛି ।

ସୂଚନାଯୋଗ୍ୟ, ପୂର୍ବରୁ କୋଭିଡ ସଂକ୍ରମଣ ରୋକିବାକୁ ୧୦ ତାରିଖ ସନ୍ଧ୍ୟା ୬ଟାରୁ ୧୩ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩ ଦିନ ବୀରମିତ୍ରପୁର ପୌରାଞ୍ଚଳକୁ ଶଟଡାଉନ୍‌ କରାଯାଇଥିଲା।