ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ

ସମ୍ବଲପୁର: ସମ୍ବଲପୁରରେ ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ । ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି । ସରକାରୀ ବେସରକାରୀ ଅଫିସ ସହ ବ୍ୟାଙ୍କ ଓ କୋର୍ଟ କଚେରୀ ବନ୍ଦ ରହିଛି । 

ଦୀର୍ଘ ଦିନରୁ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ କରାଯାଉଛି । ତଥାପି ଏଯାଏଁ ଏନେଇ କୈାଣସି ସୁଫଳ ମିଳି ନାହିଁ । ତେବେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପାଳନରେ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଅଫିସ ସହ ବ୍ୟାଙ୍କ ଓ କୋର୍ଟ କଚେରୀ ବନ୍ଦ କରାଯାଇଛି । କିନ୍ତୁ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ଖୋଲା ରହିଛି । ଗାଡ଼ି ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି । କଚେରୀ ଛକରେ କ୍ରିିୟାନୁଷ୍ଠାନ କମିଟି ସଦସ୍ୟ ଧାରଣା ଦେଇଛନ୍ତି । କଚେରୀ ଛକରେ ଧାରଣା ଫଳରେ ବିଚାରପତିମାନେ କୋର୍ଟକୁ ଯାଇ ନପାରି ପୁଣି ଫେରିଯାଇଛନ୍ତି ।