୩ଡି ବାଲୁକା ଶାନ୍ତାକ୍ଲଜ କରି ବିଶ୍ୱ ରେକର୍ଡ କଲେ ସୁଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ବୃହତ ୩ଡି ବାଲୁକା ଶାନ୍ତାକ୍ଲଜ କରି ବିଶ୍ୱ ରେକର୍ଡ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୨୫ଶହ ବର୍ଗଫୁଟ ଅଂଚଳରେ ଏହାକୁ ନିର୍ମାଣ କରାଯାଇଛି। ମେରୀ ଖ୍ରୀଷ୍ଟମାସ ବାଲୁକାକଳାରେ ‘ଗୋ ଗ୍ରୀନ’ ଚିତ୍ର ଅଙ୍କନ କରି ପରିବେଶ ସୁରକ୍ଷା ବାର୍ତା
ଦେଇଛନ୍ତି ସୁଦର୍ଶନ। ତାଙ୍କର ଏହି ଆକର୍ଷଣୀୟ ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଗହଳି ପରିଲକ୍ଷିତ ହୋଇଛି।