ଭୁବନେଶ୍ୱର: ଆଜି ରାଜ୍ୟରେ ୩୯୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 10th September
New Positives Cases: 3996
In quarantine: 2359
Local contacts: 1637(Details of local contacts will be shared by concerned Dist Administration)
District Wise Cases
1. Angul: 138
2. Balasore: 209
3. Bargarh: 97
4. Bhadrak: 112
5. Balangir: 124— I & PR Department, Odisha (@IPR_Odisha) September 11, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫୪ , ପୁରୀରୁ ୨୭୯, ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜ ଜିଲ୍ଲାରୁ ୧୬୦, ନବରଙ୍ଗପୁରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୦, ଜଗତସିଂହପୁରରୁ ୧୨୨, ବଲାଙ୍ଗୀରରୁ ୧୨୪, ଭଦ୍ରକରୁ ୧୧୨, ଅନୁଗୁଳରୁ ୧୩୮, ରାୟଗଡ଼ାରୁ ୧୦୫, ସୁନ୍ଦରଗଡ଼ରୁ ୮୮ , ବରଗଡ଼ରୁ ୯୭, କୋରାପୁଟରୁ ୯୩, ସମ୍ବଲପୁରରୁ ୯୧ , ସୋନପୁରରୁ ୯୧, ଗଞ୍ଜାମରୁ ୮୯, ଯାଜପୁରରୁ ୧୧୯, ନୟାଗଡ଼ରୁ ୭୭, ନୂଆପଡ଼ାରୁ ୧୦୩, ବୌଦ୍ଧରୁ ୩୯, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୮୭, ଗଜପତିରୁ ୨୫, ଝାରସୁଗୁଡ଼ାରୁ ୭୯, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୪୭, ମାଲକାନଗିରିରୁ ୪୭ ଓ କେଉଁଝରରୁ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।