ଆଜି ଭୁବନେଶ୍ୱରରେ ୩୯୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସରକାରୀ ସଂଗରୋଧରୁ ୧୧୬ ଜଣ ଥିବା ବେଳେ ଅନ୍ୟ ୨୭୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।


ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଆଜି ନୟାପଲ୍ଲୀରୁ ୯ ଜଣ, ୬ ଜଣ ପୁଲିସ କର୍ମଚାରୀ, ୟୁନିଟ-୯ରୁ ୫ ଜଣ, ଭୋଇ ନଗର ଗ୍ରୀଡ଼କୋ କଲୋନି, ନିଳାଦ୍ରୀ ବିହାର, ଡୁମଡୁମାରୁ ୪ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ୟୁନିଟ-୯ରୁ ୧୩ ଜଣ, ନୟାପଲ୍ଲୀରୁ ୧୨ ଜଣ, ୟୁନିଟ-୬ରୁ ୯ଜଣ, ସିଆରପିଏଫ ପରିସରରୁ ୬ ଜଣ, ୬ ଜଣ ପୁଲିସ କର୍ମଚାରୀ, କେଦାରଗୌରୀ ଲେନରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଭୁବନେଶ୍ୱରରୁ ଆଜି ମୋଟ ୬୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ନୟପଲ୍ଲୀରୁ ୨୩ ଜଣ, ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୨୧ ଜଣ, ଡୁମଡୁମା ପିଏଚ-୧ରୁ ୧୮ ଜଣ ଅଛନ୍ତି । ସେହିପରି ୟୁନିଟ-୯ରୁ ୧୮ ଜଣ, ପଟିଆ ବିଗବଜାର ଅଂଚଳରୁ ୧୮ ଜଣ, ଝାରପଡ଼ା ଗାଁରୁ ୧୩ ଜଣ, ରିଜର୍ଭ ପୁଲିସରୁ ୯ ଜଣ, ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ଅଂଚଳରୁ ୮ ଜଣ, ୟୁନିଟ-୪ ମାର୍କେଟ ଅଚଂଳରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।