ଭୁବନେଶ୍ୱର: ଆଜି ରାଜ୍ୟରେ ୩୯୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୨୩୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬୫ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 12th September
New Positives Case: 3913
In quarantine: 2348
Local contacts: 1565(Details of local contacts will be shared by concerned Dist Administration)
District Wise Cases
1. Angul: 103
2. Balasore: 134
3. Bargarh: 146
4. Bhadrak: 123
5. Balangir: 142— I & PR Department, Odisha (@IPR_Odisha) September 13, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୨ୟ ସର୍ବାଧିକ ୩୮୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୦, ଗଞ୍ଜାମ ଜିଲ୍ଲାରୁ ୮୬, ବଲାଙ୍ଗୀର ଜିଲ୍ଲାରୁ ୧୪୨, ବାଲେଶ୍ୱର ଜିଲ୍ଲାରୁ ୧୩୪, କୋରାପୁଟ ଜିଲ୍ଲାରୁ ୧୦୦, ଭଦ୍ରକ ଜିଲ୍ଲାରୁ ୧୨୩, ରାୟଗଡ଼ା ଜିଲ୍ଲାରୁ ୯୮, ପୁରୀ ଜିଲ୍ଲାରୁ ୨୧୨, ସୁନ୍ଦରଗଡ଼ ଜିଲ୍ଲାରୁ ୩୫, ଜଗତସିଂହପୁର ଜିଲ୍ଲାରୁ ୧୦୮, ସମ୍ବଲପୁର ଜିଲ୍ଲାରୁ ୧୪୧, କଳାହାଣ୍ଡି ଜିଲ୍ଲାରୁ ୬୦, ଯାଜପୁର ଜିଲ୍ଲାରୁ ୧୨୮, କନ୍ଧମାଳ ଜିଲ୍ଲାରୁ ୮୬, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬, ମାଲକାନଗିରି ଜିଲ୍ଲାରୁ ୬୮, ଗଜପତି ଜିଲ୍ଲାରୁ ୧୬, ମୟୂରଭଞ୍ଜ ଜିଲ୍ଲାରୁ ୧୪୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬୨, ଢେଙ୍କାନାଳ ଜିଲ୍ଲାରୁ ୭୪, ନବରଙ୍ଗପୁର ଜିଲ୍ଲାରୁ ୧୧୨, କେନ୍ଦୁଝର ଜିଲ୍ଲାରୁ ୭୬, ସୁବର୍ଣ୍ଣପୁର ଜିଲ୍ଲାରୁ ୯୧, ଅନୁଗୁଳ ଜିଲ୍ଲାରୁ ୧୦୩, ବରଗଡ଼ ଜିଲ୍ଲାରୁ ୧୪୬, ନୂଆପଡ଼ା ଜିଲ୍ଲାରୁ ୧୨୮, ଦେବଗଡ଼ ଜିଲ୍ଲାରୁ ୧୫ ଓ ବୌଦ୍ଧ ଜିଲ୍ଲାରୁ ୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।