ରାଜ୍ୟରେ ଦିନକରେ ଆଉ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୮୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୫୩୨୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।


ତେବେ ଖୋର୍ଦ୍ଧାରୁ ସର୍ବାଧିକ୫୨୫ , କଟକରୁ ୩୮୯, ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡ଼ରୁ ୧୯୦, ବାଲେଶ୍ୱରରୁ ୧୮୫, ବଲାଙ୍ଗୀରରୁ ୧୮୩, କେନ୍ଦ୍ରାପଡ଼ାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ବଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୁରଭଞ୍ଜରୁ ୧୨୨, ଯାଜପୁରରୁ ୧୧୮, କନ୍ଧମାଳରୁ ୧୧୦, ସୁନ୍ଦରଗଡ଼ରୁ ୧୧୦, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, ନୂଆପଡ଼ାରୁ ୯୧, କୋରାପୁଟରୁ ୭୪, ଝାରସୁଗୁଡ଼ାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡ଼ରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡ଼ାରୁ ୨୨, ଦେଓଗଡ଼ରୁ ୨୦, ଢ଼େଙ୍କାନାଳରୁ ୧୭, ଗଞ୍ଜାମରୁ ୧୭, ଗଜପତିରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।