ଏମ୍ସରେ ପରୀକ୍ଷା ହୋଇଥିବା ୩୮ଟି ରକ୍ତ ନମୁନାର ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର: ଆଜି ଏମ୍ସରେ ପରୀକ୍ଷା ହୋଇଥିବା ୩୮ରକ୍ତ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୩୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ । ଏଥିରୁ ୨୦ଟି ପଜିଟିଭ ଆସିଥିବା ବେଳେ ବାକି ଗୁଡିକ ନେଗେଟିଭ ଆସିଛି, ସେହିଭଳି ବର୍ତମାନ ସୁଦ୍ଧା ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନେ ହେଲେ ପ୍ରଥମ ଓ ଦ୍ୱିତୀୟ କରୋନା ସଂକ୍ରମିତ ବ୍ୟକ୍ତି ।

ଏହା ସହ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏବେ ୯୧ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ତୃତୀୟ ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ, ୫ମ ବ୍ୟକ୍ତିଙ୍କୁ ଏମ୍ସରେ ଭର୍ତି କରାଯାଇଥିବା ବେଳେ ଅନ୍ୟ ୧୬ ଜଣଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରେ ନିର୍ମିତ ହୋଇଥିବା ସ୍ୱତନ୍ତ୍ର କୋଭିଡ ହସପିଟାଲରେ ଭର୍ତି କରାଯାଇଛି ।