ଭୁବନେଶ୍ୱର: ନୂଆ ମୋଟର ଯାନ ଲାଗୁ ହେବା ପରେ ପରିବହନ ବିଭାଗ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ କରିଛି ୩୮କୋଟି ୬୭ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ବାବଦରେ ଆଦାୟ କରିଛି । ଏନେଇ ବିଧାନସଭାରେ ଉତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେ ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଗତ ସେପ୍ଟେମ୍ବର ୧ରୁ ଚଳିତ ଜାନୁଆରୀ ୩୧ ମଧ୍ୟରେ ୩୮ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦକୁ ପରିବହନ ବିଭାଗ ଆଦାୟ କରିଛି । ସେହିଭଳି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଗତ ଜାନୁଆରୀ ୩୧ ମଧ୍ୟରେ ୪ ଲକ୍ଷ ୧୩ ହଜାର ୯୯୪ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୨ ଲକ୍ଷ ୮୭ ହଜାର ୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।