ଭୁବନେଶ୍ୱରରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୩୮ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୨ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ସେହିପରି ଆଜି ୬ ଜଣ ଆକ୍ରାନ୍ତୁ ସୁସ୍ଥ ହୋଇଛନ୍ତି ।ଆଜିର ଚିହ୍ନଟ ସଂଖ୍ୟାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି । ୩୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩୧୭ ଜଣ ବିିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କଳିଙ୍ଗ ବିହାର , ପୋଖରୀପୁଟ , ଭୀମଟାଙ୍ଗୀରୁ ଜଣେ ଲେଖାଏଁ ସ୍ଥାନୀୟ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ବିଡିଏ କଲୋନୀରୁ ୨ଜଣ , ଗଙ୍ଗନଗରରୁ ୩ଜଣ , ନୀଳାନ୍ଦ୍ରି ବିହାରରୁ ୩ଟି ଲୋକାଲ କେସ୍ ଚିହ୍ନଟ ହୋଇଛି । ନୟାପଲ୍ଲୀରୁ ଜଣେ ଚିହ୍ନଟ ହୋଇଛନ୍ତି ।

ବରମୁଣ୍ଡା , ଶାସ୍ତ୍ରୀ ନଗର , ରସୁଲଗଡ଼ , ପଳାଶୁଣୀ , ନୟାପଲ୍ଲୀ , ଆଚାର୍ଯ୍ୟ ବିହାର , ଶୈଳଶ୍ରୀ ବିହାର,କେଦାରଗୌରୀ ବିହାର, ମଞ୍ଚେଶ୍ୱର , ଶିଖରଚଣ୍ଡୀ ବସ୍ତି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁରୁ ୨ ଜଣ , କଳିଙ୍ଗବିହାର ଅଞ୍ଚଳରୁ ୩ଜଣ ,ଏକ ଘରୋଇ ଡ଼ାକ୍ତରଖାନାର ୩ ଜଣ ମହିଳା କର୍ମଚାରୀ , ବିଜେବି ନଗରର ଏକ ସରକାରୀ ଅଫିସରୁ ୩ଜଣ କର୍ମଚାରୀ , ସରକାରୀ ଡ଼ାକ୍ତରଖାନାର ଜଣେ ୨୭ ବର୍ଷୀୟ ମହିଳା କର୍ମଚାରୀ ଓ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪ଜଣ ଚିହ୍ନଟ ହୋଇଛନ୍ତି ।