ଆଧୁନିକ ଯୋଗାଯୋଗର ପ୍ରମ୍ମୁଖ ମାଧ୍ୟମ ହେବ ‘ମାଇଓଆରଜି ୩୬୦’ ଭିସି ଆପ୍ : ଧର୍ମେନ୍ଦ୍ରପ୍ରଧାନ

ଭୁବନେଶ୍ୱର  : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଗୁରୁବାର ଭିଡିଓ କନଫେରନ୍ସିଂ ଆପ୍ ‘ମାଇଓଆରଜି ୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍‌ଡାଉନ୍ ଭଳି ସାଂପ୍ରତିକ ସ୍ଥିତେିର ଏହି ଆପକୁ ତିଆରି କରିଥିବାରୁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ ଦଳକୁ ଅଭିନନ୍ଦନ ଜଣୋଇବା ସହ ଏହି ଆପ୍ ଆଧୁନିକ ଯୋଗଯୋଗର ପ୍ରମୁଖ ମାଧ୍ୟମ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏନଆଇଟି ରାଉରେକଲାର ଛାତ୍ରଛାତ୍ରୀମୋନ ଏକ ଭିଡିଓ ଆପକୁ ତିଆରି କରିବାର ଅଭିନବ ପ୍ରୟାସ ସାଂପ୍ରତିକ ସମୟରେ ସ୍ୱାଗତେଯାଗ୍ୟ ପଦକ୍ଷେପ । ବିଶେଷ ଭାବରେ କୋଭିଡ୍‌-୧୯ ସମୟେର ପ୍ରସ୍ତୁତ ଏହି ଆପ୍ ଡିଜିଟାଲ ଯୋଗାଯୋଗର ସ୍ୱେଦଶୀ ଉପକରଣରେରେ ହୋଇପାରିବ ବୋଲି ସେ କହିଛନ୍ତି ।

ଏନ୍‌ଆଇଟି ରାଉରେକଲାର ଛାତ୍ରଛାତ୍ରୀଙ୍କ ସହ ‘ମାଇଓଆରଜି୩୬୦’ ଭିଡିଓ ଆପ୍ ଜରିଆରେ କଥା ହେଲେ କେନ୍ଦ୍ରମନ୍ତ୍ରୀ
ଲକ୍ ଡାଉନରେ ଏନ୍‌ଆଇଟି ରାଉରକେଲା ଛାତ୍ର ଛାତ୍ରୀ ତିଆରି କରିଛନ୍ତି ଛାତ୍ରଛାତ୍ରୀଙ୍କ ‘ମାଇଓଆରଜି୩୬୦’ ଭିଡିଓ ଆପ
ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ସଫଳତା କାମନା କେଲ

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପୀଢିଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ । ବିଶେଷଭାବରେ ରାଉରକେଲାର ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଏହି ଆପ୍ ଲୋକଙ୍କୁ ଘରେ ରହି ମଧ୍ୟ ଅନଲାଇନରେ ଯୋଗାଯୋଗ କରିବାର ପ୍ରମୁଖ ଭୂମିକା ନେବ । ଏହି ଅବସରେର ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଭିଡିଓ କନଫେରନ୍ସିଂ ଆପର ଟ୍ରାଏଲ୍ ଭରର୍ସନରେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କଲି । ଏହି ଯୁବକଯୁବତୀଙ୍କ କାମ ମୋତେ ପ୍ରଭାବିତ କରିଛି । ଆପକୁ ବିକଶିତ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ । ଡିଜିଟାଲ ଦୁନିଆକୁ ପରିବବତର୍ନ କରିବାର ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ଆଗାମୀ ଦିନର ସଫଳତା କାମନା କରୁଛି ।