ଲୋକସଭାରେ ଆଗତ ହେଲା ଜାମ୍ମୁ-କାଶ୍ମୀର ପୁର୍ନଗଠନ ବିଲ

ନୂଆଦିଲ୍ଲୀ: ଭାରତର ଇତିହାସ ପରିବର୍ତ୍ତନ କରିଛି ମୋଦୀଙ୍କ ଐତିହାସିକ ପଦକ୍ଷେପ । ସୋମବାର ଦିନ ୩୭୦ ଧାରା ଉଚ୍ଛେଦ ବିଧେୟକ ରାଜ୍ୟସଭାରେ ପାସ ହୋଇ ସାରିଛି । ରାଜ୍ୟ ସଭାରେ ପାରିତ ପରେ ଆଜି ଜାମ୍ମୁକାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳ ରୂପେ ପୁର୍ନଗଠନ କରିବା ବିଶିଷ୍ଟ ବିଧେୟକକୁ ଲୋକସଭାରେ ଆଗତ କରିଛନ୍ତି ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ।

ଗତକାଲି ରାଜ୍ୟସଭାରେ ଧାରା ୩୭୦ ବିଲ ଆଗତ ପରେ ,ହାର ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୬୧ଟି ଭୋଟ ମିଳିଥିଲା । ବିପକ୍ଷ ଦଳ ଗୃହରେ ହଟ୍ଟଗୋଳ ମଧ୍ୟ କରିଥିଲେ ।  କିନ୍ତୁ ଏହି ବିଲ ପାସ ନେଇ ବହୁଜନ ସମାଜ ପାର୍ଟି ଓ ଆମ ଆଦମୀ ପାର୍ଟିର ସମର୍ଥନ ମିଳିଛି । ୭୦ବର୍ଷ ପୂରୁଣା ଏହି ଧାରା ୩୭୦କୁ ଉଚ୍ଛେଦ କରାଯାଇଛି । ଏହି ବିଲ ଅନୁସାରେ ଜାମ୍ମୁକାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇ ବିଧାନ ସଭା ଥିବା କେନ୍ଦ୍ରଶାସିତ ଅଂଚଳ ହୋଇଛି । ସେହିପରି ଲଦାଖ ଅଲଗା ହୋଇ ଏକ କେନ୍ଦ୍ରଶାସିତ ଅଂଚଳ ହୋଇଛି ।  ଆଜି ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ଜାମ୍ମୁକାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳ ରୂପେ ପୁର୍ନଗଠନ କରିବା ବିଶିଷ୍ଟ ବିଧେୟକକୁ ଲୋକସଭାରେ ଆଗତ କରିଛନ୍ତି । ଏହି ବିଧେୟକ ଆଗତ ପରେ ଚର୍ଚ୍ଚା ଜୋର ଧରିଛି । ଗୃହରେ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ପାଟିତୁଣ୍ଡ ଓ ହଟ୍ଟଗୋଳ ଦେଖାଯାଇଛି । ଅମିତ ଶାହା ବିଲ ଆଗତ କରିବା ବେଳେ କଂଗ୍ରେସ ନେତା ରଂଜନ ଚୈାଧୁରୀ କହିଛନ୍ତି , ଆପଣ ପିଓକେ ସମ୍ପର୍କରେ ଭାବୁ ନାହାଁନ୍ତି ତେଣୁ ରାତାରାତି ଏକ ସ୍ୱତନ୍ତ୍ର ପ୍ରଦେଶକୁ କେନ୍ଦ୍ରଶାସିତ ଅଂଚଳରେ ପରିଣତ କରିଛନ୍ତି ।