ଆଜି ରାଜ୍ୟରେ ୩୭୦୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୦୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।


ଖୋର୍ଦ୍ଧାରୁ ୭୯୬, କଟକରୁ ୩୨୦, ପୁରୀରୁ ୨୫୬, ଝାରସୁଗୁଡାରୁ ୧୫୧, କେନ୍ଦ୍ରାପଡାରୁ ୧୪୭, ବଲାଙ୍ଗୀରରୁ ୧୩୬, ସୁନ୍ଦରଗଡରୁ ୧୩୬, ବରଗଡରୁ ୧୩୨, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୨୦, ଯାଜପୁରରୁ ୧୧୩, ସମ୍ବଲପୁରରୁ ୧୧୧, କୋରାପୁଟରୁ ୯୯, ରାୟଗଡାରୁ ୯୮, ଜଗତସିଂହପୁର ରୁ ୯୦, କନ୍ଧମାଳରୁ ୮୫, ଭଦ୍ରକରୁ ୭୬, ବାଲେଶ୍ୱରରୁ ୭୩, କେନ୍ଦୁଝରରୁ ୭୨, ସୋନପୁରରୁ ୬୫, ଗଞ୍ଜାମରୁ ୫୫, ବୌଦ୍ଧରୁ ୫୧, ଢେଙ୍କାନାଳରୁ ୩୯, ନୟାଗଡ଼ରୁ ୩୬, କଳାହାଣ୍ଡିରୁ ୩୪, ମାଲକାନଗିରିରୁ ୨୭, ଦେଓଗଡରୁ ୨୩, ଅନୁଗୁଳରୁ ୨୨, ଗଜପତିରୁ ୨୨,ନୂଆପଡାରୁ ୧୧, ଷ୍ଟେଟ ପୁଲରୁ ୧୮୮।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୪୯,୩୭୯ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।