ଶ୍ରୀନଗରରେ ଡୋଭାଲ

ନୂଆଦିଲ୍ଲୀ: ପରିବର୍ତ୍ତନ ହୋଇଛି ଭାରତର ଇତିହାସ ଓ ଭୂଗୋଳ । ଏହା କେବଳ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ସମ୍ଭବ ହୋଇ ପାରିଛି । ଗତକାଲି ରାଜ୍ୟସଭାରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିଧେୟକ ପାସ୍ ହୋଇଛି । ଏହାର ପକ୍ଷରେ ୧୨୫ ଭୋଟ ମିଳିଥିବା ବେଳେ ବିପକ୍ଷରେ ୬୧ଟି ଭୋଟ ଉଠିଥିଲା । ବିପକ୍ଷ ଦଳ ଏହାକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ । ସେହି ସମୟରେ ଏହି ବିଧେୟକକୁ ବହୁଜନ ସମାଜ ପାର୍ଟି ଓ ଆମ ଆଦମୀ ପାର୍ଟିର ସହମତି ମିଳିଛି । ଏହି ଭଳି ଭାବରେ ଗତକାଲି ଏକ ୭୦ ବର୍ଷ ପୁରୁଣା ଆଇନକୁ ହଟେଇ ଦିଆଯାଇଛି । ଏହି ସଂଶୋଧନ ବିଧେୟକରେ ଜମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଜମ୍ମୁ କାଶ୍ମୀର ରହିବ । ଯାହାକି ବିଧାନସଭା ବିଶିଷ୍ଟ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଅନ୍ୟଟି ଲଦାଖ ରହିବ । ଯାହାକି ବିନା ବିଧାନସଭା ବିଶିଷ୍ଟ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । 

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲ ଧାରା ୩୭୦ ଉଚ୍ଛେଦ ପରେ ସ୍ଥିତି ନୀରିକ୍ଷଣ କରିବା ପାଇଁ ଗତକାଲି ରାତିରେ ଜମ୍ମୁ କାଶ୍ମୀରରେ ପହଁଚିଛନ୍ତି । ତେବେ ରାଜ୍ୟରେ ଏହି ନିୟମ ଲାଗୁ ହେବା ପରେ ଯେପରି ଭାବରେ କୌଣସୀ ପ୍ରକାରର ହିଂସାକାଣ୍ଡ ନଘଟେ ସେଥିପାଇଁ ଜମ୍ମୁ କାଶ୍ମୀରରେ ବହୁ ମାତ୍ରାରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ନୂତନ ଆଇନ ଆଧାରରେ ଏବେ ଦିଲ୍ଲୀ ଭଳି ଜମ୍ମୁ କାଶ୍ମୀର ପୁଲିସ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରିବ ।