୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ଋଷର ସମର୍ଥନ

ନୂଆଦିଲ୍ଲୀ:ପାକିସ୍ତାନ କାଶ୍ମୀର ମାମଲାକୁ ଅନ୍ତରାଷ୍ଟ୍ରୀୟ ମଂଚରେ ଉଠାଇବ ବୋଲି ଦେଇଥିବା ଧମକ ପାଣିଗାର ହୋଇଯାଇଛି । କାରଣ କୌଣସୀ ଶକ୍ତିଶାଳୀ ଦେଶ ପାକ୍ ସମର୍ଥନରେ ବାହାରୁ ନାହାନ୍ତି । ଏପରିକି ଚୀନ ମଧ୍ୟ ଏହି ମାମଲାରେ ପଛଘୁଞ୍ଚା ଦେଇଛି । ଗତକାଲି ପାକକୁ ୟୁଏନ, ଆମେରିକାଠାରୁ ଝଟକା ଲାଗିଥିଲା । ଆଜି ଋଷ ମଧ୍ୟ ପାକିସ୍ତାନକୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବ ନାହିଁ ବୋଲି କହିଛି ।

କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ଜମ୍ମୁ-କାଶ୍ମୀରକୁ ଦୁଇଟି ଭାଗରେ ବିଭକ୍ତ କରାଯିବା ନିଷ୍ପତି ପାକିସ୍ତାନକୁ ଝଟକା ଦେଇଛି । ଭାରତହ ଏହି ଆଭ୍ୟନ୍ତରୀଣ ନିଷ୍ପତି ବିରୋଧରେ ପାକ୍ ଅନ୍ତର୍ଜାତୀୟ ସମୁଦାୟରେ ପ୍ରସଙ୍ଗ ଉଠାଇବ ବୋଲି ଧମକ ଦେଇଥିଲେ ମଧ୍ୟ ଏହି ଆତଙ୍କବାଦୀ ଦେଶକୁ ସମର୍ଥନ ମିଳୁ ନାହିଁ ।