ଲକଡାଉନରେ ଅହରହ ସେବା ଯୋଗାଇବା ଲାଗି ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ରି- ଟୁଇଟରେ ବିଭାଗକୁ କଲେ ପ୍ରଶଂସା

ଭୁବନେଶ୍ୱର : କରୋନା ମହାମାରୀ ଭଳି ଦେଶର ଘଡିଷନ୍ଧି ସମୟରେ  ଗ୍ୟାସ ଯାଗାଉଥିବା କର୍ମଚାରୀଙ୍କୁ  ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି । ଆଉ କେନ୍ଦ୍ରମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ରି- ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସଂଦର୍ଭରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବ୍ୟକ୍ତିମାନେ ଦିନ ରାତି କାମ କରି ଦେଶବାସୀଙ୍କୁ ଗ୍ୟାସ୍ ପରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। ମହାମାରୀ କାରଣରୁ ଜାରି ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ସାହାଯ୍ୟ ନେଇ ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରୟାସକୁ ପ୍ରଧାନମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ରି- ଟୁଇଟରେ ବିଭାଗକୁ କଲେ ପ୍ରଶଂସା

ଦେଶରେ ଲକଡାଉନ ସମୟରେ ମନ୍ତ୍ରଣାଳୟ ଲୋକଙ୍କୁ ସେବା ଯାଗାଇଦେବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ବିଭାଗୀୟର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳିକୁ ପ୍ରଶଂସା କରି ସାରିଛନ୍ତି । ସେହିପରି ଅବିରତ ଉର୍ଜ୍‌ା ଉତ୍ପାଦନ ଓ ଯୋଗାଣ ଲାଗି ବଲିଉଡ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଆଇଓସିଏଲକୁ ଟୁଇଟରେ ପ୍ରଶଂସା କରିଛନ୍ତି ।