ପଟାଙ୍ଗି ଆଦର୍ଶ ବିଦ୍ୟାଳୟର ୧୩ ଶିକ୍ଷକ, ଶିକ୍ଷୟତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ଗୋଟିଏ ଦିନର ଦରମା

କୋରାପୁଟ : କରୋନା ମହାମାରି ଭଳି ଜାତୀୟ ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ବିରୋଧୀ ଏହି ଲଢେଇରେ ସାମିଲ ହୋଇ ଆର୍ଥିକ ସହାୟତା ଦେବାକୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ଆଗକୁ ଆସୁଛନ୍ତି । କରୋନା ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ।

ବିଦ୍ୟାଳୟର ପ୍ରିନ୍ସିପାଲ (ଇନଚାର୍ଜ) ଗାୟତ୍ରୀ ମଲ୍ଲୀକଙ୍କ ସମେତ ୧୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ଗୋଟିଏ ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ୧୩ ଜଣଙ୍କର ଗୋଟିଏ ଦିନର ଦରମା ମିଶାଇ ୨୪ ହଜାର ୭୪ ଟଙ୍କାର ଏକ ଡ୍ରାଫ୍ଟକୁ କୋରାପୁଟ ଏଡିଏମ୍ ଦେବନ କୁମାର ପ୍ରଧାନଙ୍କୁ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ପ୍ରିନ୍ସିପାଲ ( ଇନଚାର୍ଜ) ଗାୟତ୍ରୀ ମଲ୍ଲୀକ ଏବଂ ଶିକ୍ଷୟତ୍ରୀ ରଶ୍ମୀତା ଖେମୁଣ୍ଡୁ ହସ୍ତାନ୍ତର କରିଛନ୍ତି । ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଏହି ମହତ କାମ ପାଇଁ ସ୍ଥୀନୟ ଲୋକେ ସାଧୁବାଦ ଦେଇଛନ୍ତି ।