ରାଜ୍ୟରେ ଦିନକରେ ୩୬୦୦ ଜଣ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ନୂଆ ୩୬୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୯୧ ହେଉଛି ଲୋକାଲ୍ କେସ୍‌।


୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫୮, ଅନୁଗୋଳରୁ ୧୦୦, ବାଲେଶ୍ୱରରୁ ୧୦୭, ବରଗଡରୁ ୧୦୬, ଭଦ୍ରକରୁ ୮୨, ବଲାଙ୍ଗୀରରୁ ୯୯, ବୌଦ୍ଧରୁ ୪୭, ଦେବଗଡରୁ ୧୧, ଢେଙ୍କାନାଳରୁ ୪୭, ଗଜପତିରୁ ୧୯, ଗଞ୍ଜାମରୁ ୩୧, ଜଗତସିଂହପୁରରୁ ୭୩, ଯାଜପୁରରୁ ୧୩୯, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୯୭, କେନ୍ଦ୍ରାପଡାରୁ ୧୨୯, କେନ୍ଦୁଝରରୁ ୧୦୬, କୋରାପୁଟରୁ ୬୬, ମାଲକାନଗିରିରୁ ୪୬, ମୟୂରଭଞ୍ଜରୁ ୧୫୬, ନବରଙ୍ଗପୁରରୁ ୧୧୬, ନୟାଗଡରୁ ୭୪, ନୂଆପଡାରୁ ୮୪, ପୁରୀରୁ ୧୧୫, ରାୟଗଡାରୁ ୩୨, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯, ସୁନ୍ଦରଗଡରୁ ୮୯ ଓ ଷ୍ଟେଟ ପୋଲ ୧୫୮ ରହିଛନ୍ତି ।