ବବିଙ୍କୁ ଯାଜପୁର ଚିନ୍ତା : ସାମାଜିକ ଦୂରତା ରକ୍ଷା ଲାଗି କଲେ ନିବେଦନ

ଯାଜପୁର : ଏବେ ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଗୋଟିଏ ଦିନରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସେଥିମଧ୍ୟରୁ ଜଣେ ଯାଜପୁରର ବୋଲି ଜଣାପଡିଛି । ସେ ଯାଜପୁରର ବ୍ରହ୍ମବରଦା ଅଂଚଳର। ଏହି କଥା ଜାଣିଲା ପରଠାରୁ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନି ସମ୍ପାଦକ ବୈଠକ ପରେ ବୈଠକ କରିଚାଲିଛନ୍ତି। କେମିତି କରୋନାକୁ ଜିଲ୍ଲାରୁ ବାହାର କରାଯିବ ସେ ନେଇ ଆପ୍ରାଣ ଉଦ୍ୟମ ଜାରୀରଖିଛନ୍ତି। ଯାଜପୁର ସହିତ ଆଖ ପାଖ ଅଞ୍ଚଳକୁ ତାଲା ବନ୍ଦ ଘୋଷଣା କରିଛନ୍ତି।
ଯାଜପୁରରେ କରୋନା ରୋଗୀ ଚିହ୍ନଟ ପରେ କରୋନାକୁ ହରାଇବା ପାଇଁ ଯୋଜନା ପସ୍ତୁତ କରୁଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ବୈଠକ କରି ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ବ୍ରହ୍ମବରଦାରେ କରୋନା ଚିହ୍ନଟ ପରେ ସେ ଅଞ୍ଚଳକୁ ସଙ୍ଗେ ସଙ୍ଗେ ସଟ୍ ଡାଉନ କରିବାପାଇଁ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏବଂ ସେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସେ ସାନିଟାଇଜ ମଧ୍ୟ କରାଯାଇଛନ୍ତି ।
ଓଡ଼ିଶାକୁ କରୋନା ଆସିବା ଦିନଠାରୁ ସେ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ।ଓଡ଼ିଶା ତଥା ଯାଜପୁରରୁ କେମିତି କରୋନାଠାରୁ ଦୂରରେ ରଖାଯିବ ସେଥିପାଇଁ ଲୋକସେବା ଭାବନରୁ ଆରମ୍ଭ କରି ନିଜ ନିର୍ବାଚନ ମଣ୍ଡଳୀର ଘର ଘର ଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଇଛନ୍ତି।ବର୍ତ୍ତମାନ ସମୟରେ ଯାଜପୁରକୁ କରୋନାକୁ ଦୁରେଇ ରଖିବା ପାଇଁ ପ୍ରଶାସନ ସହ ବୈଠକ କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ସଟ୍ ଡାଉନ ଘୋଷଣା କରିଛନ୍ତି। ଜଣେ ବିଧାୟକ ଭାବରେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ସେ ସବୁବେଳେ ସମର୍ପିତ ।ଯାହାକି ତାଙ୍କୁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।