ଦୁଇ ରାଜ୍ୟର ହଜାରେ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ‘ଆସମାକ’ଗ୍ରୁପ ଦେଲା ସହାୟତା

ଭୁବନେଶ୍ୱର : କରୋନା ପାଇଁ ସାରା ଦେଶ ଲକଡାଉନ । କଳକାରଖାନା ବନ୍ଦ । କାମଧନ୍ଦା ନାହିଁ । ବାହାରକୁ ବି ବାହାରିବା ମନା । ଏଭଳି ସ୍ଥିତିରେ ରାଜ୍ୟ ବାହାରେ ଭୋକ ଉପବାସରେ ରହୁଥିବା ପ୍ରବାସି ଓଡିଆ ଶ୍ରମିକଙ୍କୁ ସହାୟତାର ହାତ ବଢାଇଛି ଆସ୍‌ମାକ୍ ଗ୍ରୁପ ଓ ତାର ସହବନ୍ଧିତ ଅନୁଷ୍ଠାନ ବ୍ରଜ ଗୌରୀ ଟ୍ରଷ୍ଟ ଏବଂ ଦେବାଲୋକ ଏଜୁକେସନାଲ ଟ୍ରଷ୍ଟ । ଦେଶର ଜୁରୁରୀ ପରିସ୍ଥିତିରେ ମହାରଷ୍ଟ୍ରର ମୁମ୍ବାଇ ଓ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ରହୁଥିବା ପାଖା ପାଖି ହଜାରେ ପ୍ରବାସି ଓଡିଆ ଶ୍ରମକଙ୍କ ପାଖରେ ସହାୟତା ପହଁଚାଇ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ଏହି ଅନୁଷ୍ଠାନ ସହ ଜଡିତ ପ୍ରତ୍ୟକ କର୍ମକର୍ତ୍ତା ।

ଆସମାକ ଗ୍ରୁପର ବ୍ରଜଗୌରୀ ଟ୍ରଷ୍ଟ ଓ ଦେବଲୋକ ଏଜୁକେସନାଲ୍ ଟ୍ରଷ୍ଟର ସହ ଜଡିତ କର୍ମକର୍ତ୍ତା ବଢାଇଲେ ସହାୟତାର ହାତ
ଅପ୍ରେଲ ୧ରୁ ଶ୍ରମିକଙ୍କ ପାଖରେ ପହଁଚିଲା ସହାୟତା
ମହାରଷ୍ଟ୍ର ଓ ଆନ୍ଧ୍ର ଦୁଇ ରାଜ୍ୟର ପାଖା ପାଖି ହଜାରେ ଶ୍ରମିକ ହେଲେ ଉପକୃତ

‘ଆସମାକ’ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ଦେବ ମହାନ୍ତିଙ୍କ ତତ୍ତ୍ୱାବଧନରେ ଏବଂ ଚିତ୍ତତୋଷ ମହାନ୍ତିଙ୍କ ନେତୃତ୍ୱରେ ଗ୍ରୁପ ଓ ଟ୍ରଷ୍ଟର କର୍ମକର୍ତ୍ତା ମାନେ ଅପ୍ରେଲ ୧ ତାରିଖ ଠାରୁ ମୁମ୍ବାଇର ବିବିନ୍ନ ଅଞ୍ଚଳରେ ରହୁଥିବା ଓ ଲକଡାଉନ ସମୟରେ ଅସୁବିଧାରେ ପଡିଥିବା ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ, ଔଷଧ ସମେତ ଜରୁରୀ ଜିନିଷ ପହଁଚାଇଛନ୍ତି ।


ମୁମ୍ବାଇର ମୀରା ରୋଡ, ଧାଇସର, ବୋରୀବାଲି, ଗେରୀଗାଁଓ, ମୁମ୍ବାଇ ସେଣ୍ଟ୍ରାଲରେ, ମାଜଗାଓଁଡକ, ଆଣ୍ଟୋଫିଲ, ଟାଟା ହସ୍ପିଟାଲରୋଡ,କଲ୍ୟାଣ ଏବଂ ସାକିନାକାରେ ରହୁଥିବା ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ଔଷଧ ପହଁଚାଇଛନ୍ତି । ସେହିପରି ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଓଡିଶାର ଶତାଧିକ ଓଡିଆ ଓ ସଂଖ୍ୟାଲଘୁ ଶ୍ରମିକଙ୍କ ନିକଟେ କର୍ମକର୍ତ୍ତାମାନେ ଖାଧ୍ୟ ସାମଗ୍ରୀ ଓ ସହାୟତା ପହଁଚାଇ ପାରିଛନ୍ତି ।
କୋରନା ସଂକ୍ରମଣକୁ ରୋକିବା ଲାଗି ଲକଡାଉନ ସମୟରେ ରାଜ୍ୟ ବାହାରେ ଥିବା ଓଡିଆ ଶ୍ରମିକ ମାନଙ୍କ ପାଖରେ ସହାୟତା ପହଁଚାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶ୍ରମିକ ମାନଙ୍କର ରହିବା ଖାଇବା ଓ ଔଷଧ ଯୋଗାଇଦେବା ଲାଗି ରାଜ୍ୟସରକାର ରାଜ୍ୟବାହରର ବିଭିନ୍ନ ଓଡିଆ ସଂଗଠନ ଓ ସଂସ୍ଥାଙ୍କ ସହାୟତା ନେଉଛନ୍ତି । ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଶ୍ରମିକ ମାନଙ୍କ ସୂଚନା ପାଇଁ ଖୋଲାଯାଇଥିବା କଣ୍ଟ୍ରୋଲରୁମକୁ ଆସୁଥିବା ସୂଚନା ।ଧାରରେ ସେମାନଙ୍କ ପାଖରେ ସହାୟତା ପହଁଚାଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସମାକ ଗ୍ରୁପକୁ ମୁମ୍ବାଇ ଓ ଆନ୍ଧ୍ରରେ ରହୁଥିବା ଶ୍ରମିକ ମାନଙ୍କର ତାଲିକା ଦିଆଯାଇ ସେମାନଙ୍କ ଲାଗି ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ପହଁଚାଇବା ଲାଗି କୁହାଯିବା ପରେ ଗ୍ରୁପ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ଦେଶର ଏଭଳି ଜରୁରୀ ସ୍ଥିତିରେ ଦୁଇଟି ରାଜ୍ୟରେ ଫସିରହିଥିବା ପାଖା ପାଖି ହଜାରେରୁ ଉର୍ଧ୍ ଅସହାୟ ଶ୍ରମିକ ମାନଙ୍କ ପାଖରେ ତୁରନ୍ତ ସହାୟତା ପହଁଚାଇଥିବାରୁ ‘ଆସମାକ’ଗ୍ରୁପ ଅଧ୍ୟକ୍ଷ ଡକ୍ଟର ଦେବ ମହାନ୍ତି ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।