ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ : ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ, ସରକାରଙ୍କୁ ସୂଚନା ଦିଅନ୍ତୁ

ଭୁବନେଶ୍ୱର : ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ସମସ୍ତେ ସରକାରଙ୍କୁ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି ।“ଆପଣମାନେ ଟୋଲ୍ ଫ୍ରି ନଂ ୧୦୪ କୁ ତୁରନ୍ତ ଯୋଗାଯୋଗ କରନ୍ତୁ । ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ । ଡରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଣଙ୍କ ସାଥୀରେ ଅଛି । ମା ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ ।”“କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ । ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ମୁଁ ପୁଣିଥିରେ ଦିଲ୍ଲୀ ମୁଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟାରେ ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ । ବିଳମ୍ବ କରନ୍ତୁ ନାହିଁ । ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିପାରିବ