ଭୁବନେଶ୍ୱର ଓ ଭଦ୍ରକ ସହରରେ 48 ଘଣ୍ଟା ଏକପ୍ରକାର କର୍ଫୁ

ଆଜି ରାତି 8ଟା ରୁ ଦୁଇ ସହରରେ କଡାକଡି ହେଲା ଲାକଡାଉନ

ଭୁବନେଶ୍ୱର : କରୋନା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଭୁବନେଶ୍ୱର ଓ ଭଦ୍ରକ ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ ରହିବ । ଏହାସହ୪୮ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ପୋଲିସ ଡିଜି କହିଛନ୍ତି  ଏହି 48 ଘଣ୍ଟା ଏଇ ଦୁଇ ସହରରେ ଏକପ୍ରକାର କର୍ଫୁ ଭଳି କଡା କଡ଼ି ହେବ ନିୟମ ।