କରୋନା ମୁକାବିଲା ପଦକ୍ଷେପରେ ପ୍ରଶଂସାର ସୁଅ : ପ୍ରଧାନମନ୍ତ୍ରୀଙ୍କ ପରେ ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପଶଂସା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରଶଂସା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେବା ଓ ଲକଡାଉନ ସମୟରେ ବ୍ୟବସ୍ଥାର ସୁପରିଚାଳନା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ଓ ଜାତୀୟ ଗଣମାଧ୍ୟମର ପ୍ରସଂସା ପରେ ଏବେ କେନ୍ଦ୍ରମନ୍ତ୍ରୀ ମାନେ ନବୀନଙ୍କ କରୋନା ମୁକାବିଲା ଓ ଲକଡାଉନ ସମୟରେ ସୁ-ବ୍ୟବସ୍ଥା ଲାଗି ପ୍ରସଂସା କରିିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଝୁନ ମୁଣ୍ଡା ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟୁଟ୍ କରି ପ୍ରସଂସା କରିଛନ୍ତି । ଲକଡାଉନ ସମୟରେ ଓଡିଶାରେ ରହୁଥିବା ଅନ୍ୟରାଜ୍ୟର ଶ୍ରମିକ ମାନଙ୍କୁ ଖାଇବା ରହିବା ଓ ସେମାନଙ୍କୁ ସବୁ ପ୍ରକାର ସୁବିଧା ଯାଗାଇଦେବା ଲାଗି ଓଡିଶା ସରକାର ନେଇଥିବା ପଦକ୍ଷେପକୁ ପ୍ରସଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟୁଟ୍‌ି କରି କୃତଗ୍ୟଂତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଦେଶର ଲକଡାଉନ ସମୟରେ ଝାରଖଣ୍ଡ ଓ ପଶ୍ଚିମବଙ୍ଗର ଦାଦନ ଶ୍ରମିକ ମାନଙ୍କୁ ରହିବା, ଖାଇବା ଓ ସେମାନଙ୍କ ନିତ୍ୟବ୍ୟବହାର ସାମଗ୍ରୀ ଯାଗାଇଦେଇଛନ୍ତି ରାଜ୍ୟସରକାର । ମୟୁରଭଞ୍ଜ ଜିଲ୍ଲା ସାମାଖୁଣ୍ଟା ଓ ସାରସକଣା ଠାରେ ଶ୍ରମିକ ମାନଙ୍କୁ ଏହି ସୁବିଧା ଓଡିଶା ସରକାରଯୋଇଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଓଡିଶାସରକାରଙ୍କୁ ତାଙ୍କର ଆନ୍ତରିକ ଅନ୍ୟବାଦ ଜଣାଇଛନ୍ତି ।


ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ କୋରନା ସଂପର୍କୀତ ଆଗୁଆ ପଦକ୍ଷପେକୁ ପ୍ରସଂସା କରିବା ସହ ଅନ୍ୟରାଜ୍ୟମାନେ ଓଡିଶାକୁ ଅନୁକରଣ କରିବାକୁ ପରାମଶ୍ୟ ଦେଇ ସାରିଛନ୍ତି । ଏହା ସହ ଜାତୀୟ ଗଣମାଧ୍ୟମ ଗୁଡିକ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ପଦକ୍ଷପେକୁ ପ୍ରସଂସା କରିବା ସହ ବିପର୍ଯ୍ୟୟ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଣକ୍ୟ ବୋଲି ଅ୍‌ବିହିତ କରିଛନ୍ତି । କରୋନା ମୁକାବିଲା ପରିଚାଳନାରେ ଆଗୁଆ ସମୟ ଉପଯୋଗୀ ପଦକ୍ଷପେ ନବୀନଙ୍କୁ ସାରା ଦେଶରେ ହିରୋ କରିଦେଇଛି ।