ଭୁବନେଶ୍ୱର: ଆଜି ରାଜ୍ୟରେ ୩୫୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 4th September
New Positives Cases: 3543
In quarantine: 2161
Local contacts: 1382(Details of local contacts will be shared by concerned Dist Administration)
District Wise Cases
1. Angul: 68
2. Balasore: 153
3. Bargarh: 274
4. Bhadrak: 50
5. Balangir: 37— I & PR Department, Odisha (@IPR_Odisha) September 5, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୯୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୪, ଗଞ୍ଜାମ ଜିଲ୍ଲାରୁ ୧୦୨, ବଲାଙ୍ଗୀର ଜିଲ୍ଲାରୁ ୩୭, ବାଲେଶ୍ୱର ଜିଲ୍ଲାରୁ ୧୪୩, କୋରାପୁଟ ଜିଲ୍ଲାରୁ ୯୦, ଭଦ୍ରକ ଜିଲ୍ଲାରୁ ୧୩୮, ରାୟଗଡ଼ା ଜିଲ୍ଲାରୁ ୬୭, ପୁରୀ ଜିଲ୍ଲାରୁ ୬୧, ସୁନ୍ଦରଗଡ଼ ଜିଲ୍ଲାରୁ ୫୬, ଜଗତସିଂହପୁର ଜିଲ୍ଲାରୁ ୮୫, ସମ୍ବଲପୁର ଜିଲ୍ଲାରୁ ୮୩, କଳାହାଣ୍ଡି ଜିଲ୍ଲାରୁ ୩୭, ଯାଜପୁର ଜିଲ୍ଲାରୁ ୨୦୬, କନ୍ଧମାଳ ଜିଲ୍ଲାରୁ ୩୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮, ମାଲକାନଗିରି ଜିଲ୍ଲାରୁ ୨୫, ଗଜପତି ଜିଲ୍ଲାରୁ ୨୯, ମୟୂରଭଞ୍ଜ ଜିଲ୍ଲାରୁ ୩୨୬ , ଝାରସୁଗୁଡ଼ା ଜିଲ୍ଲାରୁ ୮୭, ଢେଙ୍କାନାଳ ଜିଲ୍ଲାରୁ ୬୯, ନବରଙ୍ଗପୁର ଜିଲ୍ଲାରୁ ୩୩, କେନ୍ଦୁଝର ଜିଲ୍ଲାରୁ ୪୪, ସୁବର୍ଣ୍ଣପୁର ଜିଲ୍ଲାରୁ ୯୯, ଅନୁଗୁଳ ଜିଲ୍ଲାରୁ ୬୮, ବରଗଡ଼ ଜିଲ୍ଲାରୁ ୨୭୪, ନୂଆପଡ଼ା ଜିଲ୍ଲାରୁ ୯୮, ଦେବଗଡ଼ରୁ ୪ ଓ ବୌଦ୍ଧ ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।