ଆଜି ଭୁବନେଶ୍ୱରରୁ ୩୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୫୪ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ‌ବେଳେ ୨୦୨ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୫୨ଜଣଙ୍କ ମଧ୍ୟରୁ ୧୫୦ଜଣ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଦ୍ୱାରା କବଳିତ ହୋଇଥିବା ଜଣା ପଡ଼ିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱର ଏବେ ୯୦୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୪୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ୩୫୩୫ଟି ସକ୍ରିୟ ମାମଲା ରହିଛି। ଏହା ସହ ଆଜି ୨୯୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସଙ୍ଗରୋଧ କେନ୍ଦ୍ରରୁ ୧୫୨ଜଣଙ୍କ ମଧ୍ୟରୁ ସପ୍ତମ ବାଟାଲିୟନରୁ ସର୍ବାଧିକ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜାଗମରାର ମଲ୍ଲିକ କମ୍ପ୍ଲେକ୍ସରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ସପ୍ତମ ବାଟାଲିୟନରୁ ୫ଜଣ ସ୍ଥାନୀୟ ସଂକ୍ରମଣ ଶିକାର ହୋଇଥିବା ବେଳେ ନୟାପଲ୍ଲୀ ବେହେରା ସାହିରୁ ୬ଜଣ, ୟୁନିଟ୍-୧ରୁ ୫ଜଣ, ପାୱାର ହାଉସ କଲୋନୀରୁ ୪ଜଣ, ଇନକମ ଟ୍ୟାକ୍ସ କଲୋନୀରୁ ୪ଜଣ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇଥିବା ୨୯୫ଜଣଙ୍କ ମଧ୍ୟରୁ ସହିଦ ନଗରରୁ ସର୍ବାଧିକ ୧୪ଜଣ ଆକ୍ରାନ୍ତ ରହିଛନ୍ତି। ଏହା ସହ ଭିଏସଏସ ନଗର ହାଉସିଂ ବୋର୍ଡ ଅଞ୍ଚଳରୁ ୧୦ଜଣ, ଚିନ୍ତାମଣିଶ୍ବର ମନ୍ଦିର ଅଞ୍ଚଳରୁ ୯ଜଣ, ବଡ଼ଗଡ଼ ବ୍ରିଟ କଲୋନୀରୁ ୭ଜଣ, ନୟାପଲ୍ଲୀରୁ ୧୦ଜଣ, ସିଏସ ପୁର, ବିଡିଏ କଲୋନୀରୁ ୮ଜଣ, କପିଳେଶ୍ବର ଅଞ୍ଚଳରୁ ୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।