କରୋନା ମୁକାବିଲା ନେଇ ଓଡିଶା ବିଜେପି ସଂସାଦ ମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶାରେ କରୋନା ମୁକାବିଲା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭିଡିଓ କନଫରେନ୍ସି ଯୋଗେ ଦଳର ବିଜେପି ସାଂସଦ ମାନଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି ।  ଏନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଦଳ ତରଫରୁ କରୋନା ଲକଡାଉନ କାରଣରୁ ଖାଇବା ପିଇବା ସମସ୍ୟାରେ ଥିବା ସାଧାରଣ ଗରିବ ଲୋକମାନଙ୍କୁ ଅନ୍ନଦାନ ପାଇଁ ଯୋଜନା ସମର୍କରେ ଆଲୋଚନା କଲି ।  ଓଡିଶାର ଏକ ଲକ୍ଷ କାର୍ଯ୍ୟକର୍ତ୍ତା ଦୈନିକ ୫ଲକ୍ଷ ଲୋକଙ୍କୁ ନିଜ ଘରେ ରୋଷେଇ କରି ଭୋଜନ ଦେବାପାଇଁ ଲକ୍ଷ୍ୟ ଅନୁସାରେ କାମର ଆଲୋଚନା କଲି ।


ଦୈନିକ ୫ ଲକ୍ଷ ଅସହାୟ ଲୋକଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ ଲକ୍ଷେ କାର୍ଯ୍ୟକର୍ତ୍ତାକୁ କଲେ ଅନୁରୋଧ
ପିଏମ୍ କେୟାର୍ସ ପାଣ୍ଠିକୁ କିପରି ଅଧିକରୁ ଅଧିକ ବଦାନ୍ୟ ବ୍ୟକ୍ତିଙ୍କୁ ଯୋଡାଯିବା ନେଇ କଲେ ଆଲୋଚନା
ନିର୍ବାଚନମଣ୍ଡଳିର କୋରନା ମୁକାବିଲାକୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ସୁନିୟନ୍ତ୍ରିତ କରିବା ନେଇ ଦେଲେ ପରାମଶ୍ୟ

ସେହିପରି କୋରୋନା ମୁକାବିଲା ପାଇଁ ପିଏମ୍ କେୟାର୍ସ ପାଣ୍ଠିକୁ କିପରି ଅଧିକରୁ ଅଧିକ ବଦାନ୍ୟ ବ୍ୟକ୍ତିଙ୍କୁ ଯୋଡାଯାଇ ପାରିବ ସେମ୍ପର୍କରେ ମଧ୍ୟ ଆଲୋଚନା ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ସେହିପରି ବାହର ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ରହିବା ଖାଇବା ଓ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହେବା ସହ ନିଜ ନିଜ ନିର୍ବାଚନମଣ୍ଡଳିର କୋରନା ମୁକାବିଲାକୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ସୁନିୟନ୍ତ୍ରିତ କରିବା ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଥିବା ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ।