ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ଭିଡିଓ ଜରିଆରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବାର ଖବର ମିଳିଛି। ଏହି ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସେଏଥିଲାଗି ଏକ ଭିଡିଓ ଜାରି କରି କହିଛନ୍ତି,‘ ଫସି ରହିଥିବା ଓଡ଼ିଆଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦିଅନ୍ତୁ, ସେ ବାବଦ ର୍ଖଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ।’

କରୋନା ମୁକାବିଲା ପାଇଁ ରାଜ୍ୟ ଲଢେଇ କରୁଥିବା ବଳେେ ଆଜି ପୁଣି ରାଜ୍ୟବାସୀଙ୍କୁ ଏହାର କଡା ମୁକାବିଲା କରିବାକୁ ଘରେ ରହିବାକୁ ନିବଦେନ କରିଛନ୍ତି । ଘରେ ରୁହନ୍ତୁ, କରୋନାକୁ ହରାନ୍ତୁ ବୋଲି ନବୀନ ଓଡିଶାବାସୀଙ୍କୁ ପୁଣି ନିବଦେନ କରିଛନ୍ତି ।
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ୨୨ ଶହ କୋଟିର ପ୍ୟାକଜେ ଘୋଷଣା କରିଥିଲେ । ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ର୍ତଭୁକ୍ତ ହିତାଧୀକାରୀଙ୍କୁ ମିଳିବ ସହାୟତା । ୩ ମାସ ର୍ପଯ୍ୟନ୍ତ ଆଗୁଆ ରାସନ ଯୋଗାଇ ଦବେେ ରାଜ୍ୟ ସରକାର । ଏଥିସହ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୯୪ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲଖୋଏଁ ଦିଆଯିବ ବୋଲି ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ତବେେ ୯୪ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲଖୋଏଁ ସହାୟତା ପାଇଁ ୯୪୦ କୋଟି ଟଙ୍କା ର୍ଖଚ୍ଚ କରାଯିବ । ସହେିପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଅନ୍ତଭୁର୍କ୍ତ ଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସ ପାଇଁ ଆଗୁଆ ଭତ୍ତା ଦିଆଯିବ । ଏଥିପାଇଁ ୯୩୨ କୋଟି ଟଙ୍କା ର୍ଖଚ୍ଚ ହବେ ।

ସପେଟେ ରାଜ୍ୟରେ ଥିବା ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲଖୋଏଁ ଯୋଗାଇ ଦିଆଯିବ । ଏଥିପାଇଁ ୩୩୦ କୋଟି ଟଙ୍କା ର୍ଖଚ୍ଚ ହବେ । ୨୧ ଦିନିଆ ତାଲାବନ୍ଦ ସମୟରେ ଗରିବ ଏବଂ ନିର୍ମାଣ ଶ୍ରମିକ କାମ ପାଇଁ ବାହାରୁକୁ ଯିବା ଅସମ୍ଭବ ହବେ ଆଉ କାମ ନକଲେ ସମୋନଙ୍କ ପରିବାର ପ୍ରତିପୋଷଣ କଷ୍ଟକର ହବୋକୁ ଥିବାରୁ ସମୋନଙ୍କ ସୁବିଧା ପାଇଁ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲଖୋଏଁ ଯୋଗାଇବାକୁ ସରକାର ଘୋଷଣା କରିଛନ୍ତି ।