ଅନୁଗୋଳ ପରେ ମୟୂରଭଞ୍ଜରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ

ବାରିପଦା: ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ । ଫାଶୀଦଣ୍ଡ ସହ ଦୁଇଟି ମାମଲାରେ ୨୫ ହଜାର ଟଙ୍କାର ଆର୍ଥିକ ତଣ୍ଡ ମଧ୍ୟ କୋର୍ଟ ଶୁଣାଇଛନ୍ତି । ଆଜି (ବୁଧବାର) ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ ଓ କାର‌୍ୟ୍ୟାଳୟ-୧ ପୋକ୍ସ କୋର୍ଟ ନିଜ ରାୟରେ ଏହା ଶୁଣାଇଛନ୍ତି ।

ଗତ ବର୍ଷ ଜୁନ ୧୫ରେ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଗରୁଡବସା ଗାଁର ଜାମିନିକାନ୍ତ ମହାନ୍ତ ସେହି ଗାଁର ୯ ବର୍ଷର ଜଣେ ନାବାଳିକାକୁ ମେଲଣ ଦେଖାଇବା ନାଁରେ ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିଲା । ଏନେଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ବର୍ଷକ ପରେ ଆଜି ଏହି ମାମଲାର ରାୟ ଶୁଣାଇ ଦୁଷ୍କର୍ମକାରୀ ୩୫ ବର୍ଷୀୟ ଜାମିନିକାନ୍ତ ମହାନ୍ତକୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ସେପଟେ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରାଯିବ ବୋଲି ପ୍ରତିପକ୍ଷ ଓକିଲ କହିଛନ୍ତି ।