ଆଇଏସ୍‍ ଆତଙ୍କବାଦୀ ଆକ୍ରମଣ: ସିରିଆ ସେନାର ୪ ବରିଷ୍ଠ ଅଧିକାରୀଙ୍କ ସମେତ ୩୫ ମୃତ

ଡାମାକସ : ଇସଲାମିକ ଷ୍ଟେଟ୍‍ (ଆଇଏସ୍‍) ଆତଙ୍କବାଦୀଙ୍କ ଆକ୍ରମଣରେ ସିରିଆ ସେନାର ୪ ବରିଷ୍ଠ ଅଧିକାରୀଙ୍କ ସମେତ ୩୫ ଜଣ ଡାମାକସ ସମର୍ଥକଙ୍କ ମୃତ୍ୟୁ ଘଟିଛି। ସିରଆ ଗୃହ ଯୁଦ୍ଧ ଉପରେ ନଜର ରଖିଥିବା ମନାବାଧିକାର ପର୍ଯ୍ୟବେକ୍ଷକ ଶନିବାର ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗତ ୪୮ ଘଣ୍ଟା ମଧ୍ୟରେ ଆଇଏସ୍‍ ଆତଙ୍କବାଦୀମାନେ ପୂର୍ବ ମରୁଭୂମୀ ହୋମସ୍‍ ପ୍ରାନ୍ତରେ କେତେକ ଆତ୍ମଘାତୀ ଆକ୍ରମଣ କରିଛନ୍ତି। ପୃଥକ ପୃଥକ ଆକ୍ରମଣରେ ସିରିଆ ସେନାର ୪ ଜଣ ବରିଷ୍ଠ ଅଧିକାରୀ ଓ ୩୧ ସହଯୋଗୀ ଡାମାକସ ସମର୍ଥକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଗତ ମାସ ସିରିଆ ସେନା ଓ କୁର୍ଦ ବାହିନୀ ଆଇଏସ୍‍ ଆତଙ୍କବାଦୀଙ୍କୁ ପୂର୍ବ ସିରିଆରୁ ବିତାଡିତ କରିବାରେ ସଫଳ ହୋଇଥିଲେ। ଏବେ ଆଇଏସ୍‍ ଆତଙ୍କବାଦୀମାନେ ପୂର୍ବ ମରୁଭୂମି ହୋମସ୍‍ରେ ସକ୍ରିୟ ଅଛନ୍ତି। ହୋମସ୍‍କୁ ଆଇଏସ୍‍ କବଳରୁ ମୁକ୍ତ କରିବା ପାଇଁ ସିରିଆ ସରକାରଙ୍କ ସମର୍ଥିତ ମିଲିଟଆ ଏବଂ ସେନା ଅଭିଯାନ ଚଳାଇଛନ୍ତି।