ଅତ୍ୟାବଶକୀୟ ସାମଗ୍ରୀ ପରିବହନ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅନ୍ତଃରାଜ୍ୟ ତନଖି ଫାଟକରେ ମାଲଗାଡ଼ିକୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶବ୍ୟାପି ୨୧ ଦିନ ଯାଏଁ ଲକଡାଉନ ଘୋଷଣାକୁ ମୁଁ ସ୍ୱାଗତ ଜଣାଉଛି । ଓଡ଼ିଶା ସରକାର ଏଥିପାଇଁ ଅତ୍ୟାବଶ୍ୟକ ପଦକ୍ଷେପ ନେଇଛନ୍ତି । ଅନ୍ତଃରାଜ୍ୟ ତନଖି ଫାଟକରେ ସବୁ ମାଲଗାଡ଼ିଗୁଡ଼ିକ ଅଟକି ରହିଛି । ଫଳରେ ରାଜ୍ୟକୁ ମାଲଗାଡ଼ିଗୁଡ଼ିକ ଆସିପାରୁ ନାହିଁ । ଏଗୁଡ଼ିକ ଛାଡ଼ିବାକୁ ଅନୁମତି ଦିଆଯାଉ । ଅନ୍ତଃରାଜ୍ୟ ଚେକ ଗେଟରେ କରୋନା ଲାଗି କଟକଣା ହଟାଇବାକୁ ଅନୁରୋଧ କରିଛନ୍ତି ନବୀନ । ଏହା ଦ୍ୱାରା ଆବଶ୍ୟକ ସାମଗ୍ରୀ ଯୋଗାଣ ସହଜ ହୋଇପାରିବ ।