ଆଜି ଭୁବନେଶ୍ୱରରୁ ୩୪୯ ପଜିଟିଭ୍ ଚିହ୍ନଟ, ୩୭୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ  ସୂଚନା ଦିଆଯାଇଛି ।


ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଚକେଇସିଆଣିରୁ ୧୨ଜଣ ୟୁନିଟ-୮ରୁ, ୫ଜଣ କୋଳଥିଆରୁ, ୭ଜଣ ମଞ୍ଚେଶ୍ୱରରୁ ଓ ୭ଜଣ ନୟାପଲ୍ଲୀରୁ, ୫ଜଣ ପଟିଆରୁ, ୫ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ରହିଛନ୍ତି।

ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନୟାପଲ୍ଲୀରୁ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୧୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ରସୁଲଗଡ଼ରୁ ୧୨ଜଣ, ଝାରପଡ଼ାରୁ ୯ଜଣ, ଓଲଡଟାଉନରୁ ୧୧ଜଣ, ପଟିଆରୁ ୯ଜଣ, ଶୈଳେଶ୍ରୀ ବିହାରରୁ ୭ଜଣ, ସହିଦ ନଗରରୁ ୧୧ଜଣ  ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରରୁ ଆଜି ୩୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୯ ହଜାର ୮୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୬ ହଜାର ୧୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେ ବି ୩ ହଜାର ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୭୬ ଜଣଙ୍କର ପ୍ରାଣହାନୀ ଘଟିଛି ।