ବିଶିଷ୍ଟ କର୍ମଚାରୀ ନେତା ବ୍ରୁନ୍ଦାବନ ସାବତଙ୍କ ଦେହାନ୍ତ

ବ୍ରହ୍ମପୁର : ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ବ୍ରୁନ୍ଦାବନ ସାବତ ଆଉ ଇହ ଜଗତରେ ନାହାଁନ୍ତି । ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ପୂର୍ବତନ ରାଜ୍ଯ ସଭାପତି,ମଜଦୁର ସଂଘର ଗଂଜାମ ଜିଲ୍ଲା ସଭାପତି ଭାବେ କାର୍ୟ୍ଯ କରି ଲୋକପ୍ରିୟ କର୍ମଚାରୀ ନେତା ଭାବେ ଶ୍ରୀ ସାବତ ପରିଚିତ । ବ୍ରହ୍ମପୁର MKCG ହସପିଟାଲରେ ସେ ଆଜି ସକାଳ ୮.୩୦ ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  ବହୁ ଗୁଣର ଅଧିକାରୀ ଶ୍ରୀ ସାବତ ବିଜୁ ବାବୁ, ଜାନକୀବାବୁ, ନ୍ୟାୟଧୀଶ ହରିହର ମହାପାତ୍ର,ଡ: ହରେକୃଷ୍ଣ ମହତାବ, ବ୍ରୁନ୍ଦାବନ ନାୟକ, ଦିବାକର ପଟ୍ଟନାୟକ,ବିନାୟକ ଆଚାର୍ଯ୍ୟଙ୍କ ସଂସ୍ପର୍ଶରେ ଅନେକ କାମ କରିଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ନ୍ୟାୟ ଦେବା ପାଇଁ, ବ୍ରହ୍ମପୁର ର ରାସ୍ତା ଘାଟ ଓ ପିଇବା ପାଣି ମିଳୁ ବୋଲି କେତେ ଅନେକ ସଂଗ୍ରାମ କରି ଲୋକପ୍ରିୟ କର୍ମଚାରୀ ନେତା ଭାବେ ସମସ୍ତଙ୍କ ନିକଟରେ ପରିଚିତ।ଶ୍ରମିକ କର୍ମଚାରୀ ନେତା ଭାବେ ସଂଗ୍ରାମ କରିଛନ୍ତି। ସବୁ ସମସ୍ୟାରେ ଆନ୍ଦୋଳନ କରିଛନ୍ତି। କ୍ରୁଷି ଓଭରସିଅର ଭାବେ କର୍ମପ୍ରବଣ ଓ ସମୟାନବର୍ତିତା ପାଇଁ ସମ୍ମାନିତ ହୋଇଛନ୍ତି ।ମଜଦୁର ସଂଘର ସଭାପତି ଭାବେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି। ସେ ଏକା ଧାରରେ ସଂଘପ୍ରେମୀ, ସୁବକ୍ତା, ସଂସ୍କୃତି ପ୍ରେମୀ, ଧର୍ମପରାୟଣ, ସୁଲେଖକ, ସୁବକ୍ତା, ବହୁ କରି ମଧ୍ଯ ସମ୍ମାନିତ ହୋଇଛନ୍ତି। ପୁରୀ ଓ ଦ୍ବାରିକାପୀଠ ଶଙ୍କରାଚାର୍ୟ , ବ୍ରହ୍ମପୁର ବେଦ ପାଠଶାଳାର ପ୍ରତିଷ୍ଠାତା ଓ ଉପଦେଷ୍ଟା ଭାବେ ଅଦ୍ଯାବଧି କାର୍ୟ୍ଯରତ ଥିଲେ। ମ୍ରୁତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମପତ୍ନୀ ଲକ୍ଷ୍ମୀ ପ୍ରିୟା ସାବତ, ପୁଅ ସରୋଜ ସାବତ, ସଂଜୟ ସାବତ ଦୁଇ ବୋହୁ ଦୁଇ ବୋହୁ ଶୁଭଶ୍ରୀ ସାବତ, ଗାୟତ୍ରୀ ସାବତ,ଝିଅ ସୁଜାତା ପାଢ଼ୀ ଜ୍ବାଇଁ ପ୍ରବୀଣ ପାଢୀ ତିନି ନାତୁଣୀ ଓ ପରିବାର ସଜ୍ଜନ ଉପସ୍ଥିତ ଥିଲେ।

ଶ୍ରୀ ବ୍ରୁନ୍ଦାବନ ସାବତ ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଶୋକ ପ୍ରକାଶ କରିଛନ୍ତି ।