ସସ୍ତ୍ରୀକ ତାଳିମାରି ଜରୁରୀ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ସସ୍ମିତ ପାତ୍ର

ଦେଖନ୍ତୁ ଭିଡିଓ..

ଭୁବନେଶ୍ୱର : କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ଲୋକମାନଙ୍କୁ ସପତ୍ନୀକ ତାଳିମାରି ଧନ୍ୟବାଦ କୃତଗ୍ୟଂତା ଜଣାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାଂସଦ ସସ୍ମିତ ପାତ୍ର ଏବଂ ତାଙ୍କ ପତ୍ନୀ ଶ୍ୱେତା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ସଂଧ୍ୟା ୫ଟାରେ ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ବାଲକୋନିରେ ଠିଆ ହୋଇ ତାଳିମାରିଥିଲେ । ଦେଶର ଜଟିଳ ସ୍ଥିତିରେ ସେବାଯୋଗାଉଥିବା ଯୋଗାଉଥିବା ଡାକ୍ତର , ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକଙ୍କ ପରି ବୃତ୍ତିଧାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତିି ।

କରୋନା ଯୁଦ୍ଦ ଜିତିବା ଲାଗି ଓ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଜନତା କର୍ଫୁକୁ ସାରା ଦେଶରେ ସ୍ୱତ ଜନସମର୍ଥନ ମିଳିଛି । ଲୋକେ ଘରୁ ବାହାରି ନାହାନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ସାରା ଦେଶର ଲୋକେ ଆଜି ସଂଧ୍ୟା ୫ଟାରେ ଦେଶର ଜରୁରୀ ସେବାରେ ସାମିଲ ଥିବା ଲୋକମାନଙ୍କ ଲାଗି ଧନ୍ୟବାଦ ଜଣାଇଛନ୍ତି । ନିଜ ଘର ଅଗଣା, ଛାତ, ବାଲକୋନି ଓ ଦୁଆର ଆଗରେ ଠିଆ ହୋଇ ଗଣ୍ଟ, ଘଣ୍ଟି ଓ ତାଳିବଜାଇଛନ୍ତି ।