କରୋନାରୁ ସୁସ୍ଥ ହେଲେ ଆଉ ୩୪୫୫ ଜଣ ଆକ୍ରାନ୍ତ

ଭୁବନେଶ୍ୱର: କରୋନାରୁ ଆଜି ୩ ହଜାର ୪୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୩ ହଜାର ୬୭୨କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୫୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୨୯୨ ଜଣ, ପୁରୀ ଜିଲ୍ଲାରୁ ୨୫୪ ଜଣ, ଅନୁଗୁଳ ଜିଲ୍ଲାରୁ ୧୭୫ ଜଣ, ଯାଜପୁର ଜିଲ୍ଲାରୁ ୧୬୬ ଜଣ, ବରଗଡ଼ ଜିଲ୍ଲାରୁ ୧୩୩ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୪ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୯ ଜଣ, ଜଗତସିଂହପୁର, ଝାରସୁଗୁଡ଼ା ଜିଲ୍ଲାରୁ ୮୪ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୭୨ ଜଣ, ନବରଂଗପୁର ଜିଲ୍ଲାରୁ ୭୧ ଜଣ, ନୟାଗଡ଼ ଜିଲ୍ଲାରୁ ୭୦ ଜଣ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରୁ ୬୧ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୫୮ ଜଣ, ଭଦ୍ରକ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୬ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୫୪ ଜଣ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରୁ ୪୧ ଜଣ ଲେଖାଏଁ, କେରାପୁଟ ଜିଲ୍ଲାରୁ ୩୫ ଜଣ, ଗଂଜାମ ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୩୩ ଜଣ, ବୌଦ୍ଧ ଜିଲ୍ଲାରୁ ୩୧ ଜଣ, ଦେବଗଡ଼ ଜିଲ୍ଲାରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।